ନୂଆଦିଲ୍ଲୀ: ଗତ ପ୍ରାୟ ଦେଢ ମାସ ଧରି ଇରାନ ଯୁଦ୍ଧ କାରଣରୁ ହର୍ମୁଜ ସମୁଦ୍ର ପଥ ବା ପ୍ରଣାଳୀ ବନ୍ଦ ରହିଛି । ଏହାକୁ ଖୋଲିବା ପାଇଁ ବାହାରିନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ପ୍ରସ୍ତାବ ଆଣିଥିଲା । ଆଶା କରାଯାଉଥିଲା ୟୁଏନଏସି ଜରିଆରେ ସମାଧାନର କିଛି ବିକଳ୍ପ ବାହାରିବ । ହେଲେ ହର୍ମୁଜ ପ୍ରଣାଳୀ ଖୋଲିବାର ଶେଷ ଆଶା ବି ମଉଳି ଯାଇଛି । ରୁଷ ଓ ଚୀନ ଏହି ପ୍ରସ୍ତାବ ଉପରେ ଭିଟୋ ଲଗାଇଛନ୍ତି । ଏହି କାଣରୁ ପ୍ରସ୍ତାବ ୟୁଏନଏସସିରେ ମାତ୍ ଖାଇଛି । ଏହି ଘଟଣାକ୍ରମ ଏମିତି ସମୟରେ ଘଟିଛି ଯେବେ ଆମେରିକୀୟ ରାଷ୍ଟ୍ରପତି ଇରାନକୁ ଧ୍ୱଂସ କରିବାର କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି ।
ବାହାରିନା ଦ୍ୱାରା ଅଣାଯାଇଥିବା ପ୍ରସ୍ତାବରେ ବାରମ୍ବାର ସଂଶୋଧନ କରାଯାଇଥିଲା ଯଦ୍ୱାରା ଆଶା କରାଯାଉଥିଲା ଯେ, ପ୍ରସ୍ତାବରୁ ରୁଷ-ଚୀନ ଦୂରେଇ ରହିବେ । ୧୫ ସଦସ୍ୟ ବିଶିଷ୍ଟ ୟୁଏନଏସସିରେ ପ୍ରସ୍ତାବ ପକ୍ଷରେ ୧୧ ଜଣ ଭୋଟ୍ ଦେଇଥିବା ବେଳେ ବିରୋଧରେ ଦୁଇଟି ଭୋଟ୍ ପଡିଥିଲା । ଆଉ ଦୁଇ ଜଣ ସଦସ୍ୟ ଦେଶ ମତଦାନରୁ ଦୂରେଇ ରହିଥିଲେ । ହେଲେ ଭିଟୋ କ୍ଷମତା ରଖୁଥିବା ୫ ଦେଶରେ ସାମିଲ୍ ରୁଷ, ଚୀନ ଓ ଫ୍ରାନ୍ସ ବଳ ପ୍ରୟୋଗକୁ ମଞ୍ଜୁରୀ ଦେବାକୁ ବିରୋଧ କରିଥିଲେ । ଫଳରେ ପ୍ରସ୍ତାବରେ ସଂଶୋଧନ କରାଯାଇଥିଲା । ଏମିତି କରି ପ୍ରସ୍ତାବକୁ ଦୁର୍ବଳ କରି ଦିଆଯାଇଥିଲା । ଯଦ୍ୱାରା ଏହାର ପ୍ରାବଧାନ କେବଳ ହର୍ମୁଜ ପର୍ଯ୍ୟନ୍ତ ସୀମିତ କରାଯାଇ ପାରିବ ।
ଏହି ଭୋଟିଂ ଡୋନାଲ୍ଡ ଟ୍ରମ୍ପଙ୍କ ଇରାନକୁ ଦେଇଥିବା ସେହି ସମୟ ସୀମାର କିଛି ଘଣ୍ଟା ପୂର୍ବରୁ ହୋଇଛି । ଟ୍ରମ୍ପ ଇରାନକୁ ଧମକ ଦେଇଥିଲେ ଯେ, ଯଦି ମଙ୍ଗଳବାର ରାତି ୮ଟା ସୁଦ୍ଧା ହର୍ମୁଜ ପ୍ରଣାଳୀ ଖୋଲା ନ ଯାଏ ତେବେ ଇରାନକୁ ଧ୍ୱଂସ କରି ଦିଆଯିବ । ଏହାର ଜାତୀୟ ଭିତ୍ତିଭୂମିକୁ ଧ୍ୱଂସ କରାଯିବ । ବାହାରିନ ପ୍ରାରମ୍ଭିକ ପ୍ରସ୍ତାବରେ ଦେଶଗୁଡିକୁ ଜରୁରୀ ସାଧନର ବ୍ୟବହାର କରିବାର ଅଧିକାର ଦିଆଯାଇଥିଲା । ଏଥିରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବି ସାମିଲ୍ ଥିଲା । ଅର୍ଥାତ ହର୍ମୁଜରେ ନିଜ ଦେଶର ଜାହାକୁ ନିଜର ସେନା ସୁରକ୍ଷା ଦେବ । ଏହା ସହିତ ହର୍ମୁଜକୁ ବନ୍ଦ କରିବା ପାଇଁ ହେଉଥିବା ପ୍ରୟାସ ଉପରେ ରୋକ ଲାଗିବ । କିନ୍ତୁ ଚୀନ ଓ ରୁଷ ଭିଟୋ ପ୍ରୟୋଗ କରି ସବୁ ଓଲଟା ପାଲଟ କରି ଦେଇଛନ୍ତି । ଏହାକୁ ଉପସାଗରୀୟ ଦେଶଗୁଡିକ ରୁଷ ଓ ଚୀନ ଉପର ଖପ୍ପା ।