ନୂଆଦିଲ୍ଲୀ: ଦକ୍ଷିଣ ଗାଜା ହମାସ୍ର ଲଢୁଆ ବିମାନରୁ ଇସ୍ରାଏଲ୍ ସେନା ଉପରେ ଜୋରଦାର ଆକ୍ରମଣ ହୋଇଛି। ଏନେଇ ଇସ୍ରାଏଲ୍ର ସେନା କହିଛି, ଶନିବାର ଦିନ ଏହି ଆକ୍ରମଣରେ ୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ସେନା ନିଜର ଜଣେ ସୈନିକଙ୍କୁ ଚିହ୍ନି ପାରିଛି। ସେ ହେଲେ ୨୩ ବର୍ଷୀୟ କ୍ୟାପଟେନ୍ ୱାସେମ ମହମ୍ମଦ। ବାକି ସୈନିକମାନଙ୍କର ପରିଚୟ ସ୍ପଷ୍ଟ ହୋଇପାରି ନାହିଁ। ରାଫା ସୀମା ନିକଟରେ ଏହି ଆକ୍ରମଣ ହୋଇଥିବା ନେଇ ଇସ୍ରାଏଲ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏଥି ସହିତ ଇସ୍ରାଏଲ ସୈନିକଙ୍କ ମୃତ୍ୟୁ ସଂଖ୍ୟା ୩୦୭ରେ ପହଞ୍ଚିଛି।
ଇସ୍ରାଏଲ୍ ସେନା ଅନୁସାରେ, ସମସ୍ତ ସୈନିକଙ୍କୁ ଏକ ଲଢୁଆ ଇଂଜିନିୟରିଂ ବାହନରେ ଥିବା ବେଳେ ଆକ୍ରମଣ କରାଯାଇଛି। ସୈନିକମାନେ ରାତିସାରା ଅପରେଶନ କରିଥିଲେ ଏବଂ ଯେତେବେଳେ ବିଶ୍ରାମ ନେବା ପାଇଁ ବାହାରି ଥିଲେ, ସେହି ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁଦ୍ଧ ବିମାନ ଯେତେବେଳେ ସେନିକଙ୍କ ବିଶ୍ରାମ ପାଇଁ ଆଗକୁ ଯାଉଥିଲା, ସେହି ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା। ଇସ୍ରାଏଲ ସେନା କିଛି ସପ୍ତାହ ହେଲା ରାଫା ଅଞ୍ଚଳରେ ଆଗକୁ ବଢୁଛି। ଶନିବାର ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ସୈନିକମାନେ ମଧ୍ୟ ସାମିଲ ଅଛନ୍ତି।