ଇରାନ ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଏପରିକି ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମଧ୍ୟ ଇସ୍ରାଏଲ ପଵାକ୍ୟରୁ ମିଶାଇଲ ମାଡ କରାଯାଇଛି। ଏହାସହିତ ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ମଧ୍ୟ ମିସାଇଲ ମାଡ ହୋଇଛି। ତେବେ ସପ୍ତାହେ ତଳେ ଇସ୍ରାଏଲ ଉପରେ ହୋଇଥିବା ମିସାଇଲ ଓ ଡ୍ରୋନ୍ ଆକ୍ରମଣର ଆଜି କଡା ଜବାବ ଦେଇଛି ଇସ୍ରାଏଲ।
ସୂଚନା ଅନୁଯାୟୀ, ଇସ୍ରାଏଲ ଉପରେ ହୋଇଥିବା ମିସାଇଲ ଆକ୍ରମଣର ପାଇଁ ଆଜି ଇରାନ ଉପରେ ବଦଲା ନେଇଛି ଇସ୍ରାଏଲ। ଆଜି ସକାଳୁ ସକାଳୁ ଇସ୍ରାଏଲ ଉପରେ ମିଶାଇଲ ଉପରେ ମିଶାଇଲ ମାଡ କରିଚାଲିଛି। ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ଉପରେ ମିସାଇଲ ମାଡ ହୋଇଛି। ତେବେ ବିମାନବନ୍ଦର ଉପରେ ମିଶାଇଲ ମାଡର ପ୍ରଭାବ ଏତେ ଅଧିକ ଥିଲା ଯେ ଏହାର ପ୍ରଭାବରେ ଆଖପାଖ ଅଂଚଳ ମଧ୍ୟ ଥରିଉଠିଥିଲା। ଏପରିକି ସେହି ଅଞ୍ଚଳରେ ଅନେକ ଅଫିସର କୋଠାର ଝରକା ମଧ୍ୟ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଛି। ତେବେ ଇସଫାହନ ସହରରେ ୩ ଥର ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତେବେ ଏହି ଘଟଣାରେ ଲୋକମାନେ ଖୁବ ଭୟଭୀତ ହୋଇପଡିଛନ୍ତି।