ବିଶ୍ବବ୍ୟାପୀ କରୋନା ଭାଇରସରେ ୪୯.୯ ଲକ୍ଷ ଲୋକଙ୍କ ମୃତ୍ୟୁ, ୨୪.୧୧ କୋଟି ମୃତ
Khabar Odisha:International-corona-report-499-lakh-corona-death-in-worldwide

ନୂଆଦିଲ୍ଲୀ, ଅକ୍ଟୋବର ୧୭ (ଖବର ଓଡ଼ିଶା): ବିଶ୍ବବ୍ୟାପୀ କରୋନା ଭାଇରସରେ ୪୯.୯ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏହି ମାରାତ୍ମକ ରୋଗ ଯୋଗୁଁ ୨୪ କୋଟି ୧୧ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୩ ଲକ୍ଷ ୪୧ ହଜାର ୪୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୩୦୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୧୧ ଲକ୍ଷ ୪୮ ହଜାର ୮୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୯ ଲକ୍ଷ ୯ ହଜାର ୫୯୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୧ କୋଟି ୮୩ ଲକ୍ଷ ୯୩ ହଜାର ୮୦୧ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୭୮ ଲକ୍ଷ ୪୫ ହଜାର ୪୧୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୭୯ ହଜାର ୮୨ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଆମେରିକା: ୪କୋଟି ୫୭ ଲକ୍ଷ ୭୪ ହଜାର ୧୭୫ ସଂକ୍ରମିତ, ୭ଲକ୍ଷ ୪୪ ହଜାର ୩୮୫ ମୃତ

ବ୍ରାଜିଲ: ୨ କୋଟି ୧୬ ଲକ୍ଷ ୩୮ ହଜାର ୭୨୬ ସଂକ୍ରମିତ, ୬ ଲକ୍ଷ ୩ ହଜାର ୧୯୯ ମୃତ

ବ୍ରିଟେନ: ୮୪ ଲକ୍ଷ ୪ ହଜାର ୪୬୯ ସଂକ୍ରମିତ, ୧ ଲକ୍ଷ ୩୮ ହଜାର ୫୨୭ ମୃତ

ରୁଷିଆ: ୭୯ ଲକ୍ଷ ୫୮ ହଜାର ୩୮୪ ସଂକ୍ରମିତ, ୨ ଲକ୍ଷ ୨୨ ହଜାର ୩୧୫ ମୃତ

ତୁର୍କୀ: ୭୬ ଲକ୍ଷ ୩୦ ହଜାର ୧୬୩ ସଂକ୍ରମିତ, ୬୭ ହଜାର ୪୩୭ ମୃତ

ଫ୍ରାନ୍ସ: ୭୦ ଲକ୍ଷ ୮୫ ହଜାର ୨୭୪ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୨୬୦ ମୃତ

ଇରାନ: ୫୭ ଲକ୍ଷ ୭୩ ହଜାର ୪୧୯ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୮୭୬ ମୃତ

ଆର୍ଜେଣ୍ଟିନା: ୫୨ ଲକ୍ଷ ୭୨ ହଜାର ୧୫୧ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୬୬୩ ମୃତ

 

 

  • Tags:

Subscribe

National International State Sports Entertainment