କରୋନା ସଂକଟ ସମୟରେ ଧର୍ମାନୁଷ୍ଠାନ ଖୋଲିବାକୁ କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ
Khabar Odisha:International-American-president-Donald-Trump-ask-states-to-open-house-of-worship

ୱାଶିଂଟନ, ମେ ୨୩ (ଖବର ଓଡ଼ିଶା): କରୋନା ସଂକଟ ଓ ବୈଜ୍ଞାନକମାନଙ୍କ ପରାମର୍ଶକୁ ଅଣଦେଖା କରିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ଏବେ ଆମେରିକାରେ ଲକଡାଉନ କଟକଣା ଆହୁରି କୋହଳ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି । ରାଷ୍ଟ୍ରପତି ରାଜ୍ୟମାନଙ୍କୁ କହିଛନ୍ତି, ଏବେ ରାଜ୍ୟ ଗୁଡ଼ିକର ପ୍ରାର୍ଥନା ଘର ଖୋଲାଯାଉ । ଟ୍ରମ୍ପ ପ୍ରାର୍ଥନାଗୃହଗୁଡ଼ିକୁ ଜରୁରୀସ୍ଥାନ ତାଲିକାରେ ସ୍ଥାନ ଦେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଏଗୁଡ଼ିକ ଜରୁରୀ ସେବା ବର୍ଗରେ ଆସିଥାନ୍ତି । ଏଥି ପାଇଁ ଏହା ଖୋଲିବାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ଯୋଗୁଁ ଆମେରିକାରେ ଚର୍ଚ୍ଚ ସମେତ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ କରି ଦିଆଯାଇଛି ।

ହ୍ୱାଇଟ ହାଉସରେ ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି, ମୋର ନିର୍ଦ୍ଦେଶରେ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶସ ଭିନ୍ନ ଭିନ୍ନ ସଂପ୍ରଦାୟ ପାଇଁ ଗାଇଡଲାଇନ ଜାରି କରୁଛି । ଟ୍ରମ୍ପ କହିଛନ୍ତି, ଆଜି ମୁଁ ପ୍ରାର୍ଥନା ଗୃହ, ଚର୍ଚ୍ଚ, ସିନଗଙ୍ଗ ଓ ମସଜିଦକୁ ଜରୁରୀ ସ୍ଥାନ ବର୍ଗରେ ରଖିବାକୁ କହିଛି, କାରଣ ଏଗୁଡ଼ିକ ଜରୁରୀ ସେବା ପ୍ରଦାନ କରିଥାନ୍ତି ।  

ଏହା ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, କରୋନାର ବର୍ତ୍ତମାନ ସ୍ଥିତିରେ ଦେଶରେ ଲକଡାଉନ ହେବ ନାହିଁ । ସେ କହିଥିଲେ ସ୍ଥାୟୀ ଲକଡାଉନ ରାଜ୍ୟ ଅଥବା ସୁସ୍ଥ ଦେଶ ପାଇଁ ରଣନୀତି ନୁହେଁ । ଆମର ଦେଶ ବନ୍ଦ ହେବା ପାଇଁ ନୁହେଁ । 

 

  • Tags:

Subscribe

National International State Sports Entertainment