କରୋନା: ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୧୨୦୦ ମୃତ, ମୃତକଙ୍କ ସଂଖ୍ୟା ୯୬୧୬
Khabar Odisha:International-United-States-Coronavirus-deaths-top-1200-in-last-24-hours-death-toll-nearest-70000

ୱାଶିଂଟନ, ଏପ୍ରିଲ ୦୬ (ଖବର ଓଡ଼ିଶା): ଆମେରିକାରେ କରୋନା ଭାଇରସ ଦିନକୁ ଦିନ ଉଗ୍ରରୂପ ନେଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଟ୍ରମ୍ପ ପ୍ରଶାସନ ଯେତେ ଯାହା ଉଦ୍ୟମ କଲେ ବି ସବୁ ବିଫଳ ହୋଇଯାଉଛି । ଦେଶରେ ମୃତ୍ୟୁ ସଂଖ୍ୟା ୯ ହଜାର ୬୧୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୭୩ । ଏଥିରୁ ମାତ୍ର ୧୭ ହଜାର ୯୭୭ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୮ ହଜାର ୭୦୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । 

କରୋନା ଭାଇରସ ଯୋଗୁଁ ଇଟାଲୀରେ ସର୍ବାଧିକ ମୃତ୍ୟୁ ୧୫ ହଜାର ୮୮୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୮ ହଜାର ୯୪୮ ଜଣ । ଆମେରିକା ପରେ ସ୍ପେନରେ ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ୧ ଲକ୍ଷ ୩୧ ହଜାର ୬୪୬ ଜଣ ରେକର୍ଡ କରାଯାଇଛି । ଏହି ଦେଶରେ ୧୨ ହଜାର ୬୪୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୧୨୩ ଜଣ । ମାତ୍ର ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଆମେରିକା, ସ୍ପେନ, ଫ୍ରାନ୍ସ ଓ ଇଟାଲୀ ତୁଳନାରେ ନିୟନ୍ତ୍ରାଣାଧୀନ । ଜର୍ମାନୀରେ ୧ ହଜାର ୫୮୪ ଜଣ ଜୀବନ ହରାଇଛନ୍ତି । ଫ୍ରାନ୍ସରେ ମଧ୍ୟ ୯୨ ହଜାର ୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୮ ହଜାର ୭୮ ଜଣ ଜୀବନ ହରାଇଛନ୍ତି । ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ୩୩୧ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୮୧ ହଜାର ୭୦୮ ଜଣ । 

ସୂଚନାଯୋଗ୍ୟ, ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୨ ଲକ୍ଷ ୭୨ ହଜାର ୯୫୩ ଜଣ । ଏଥିରୁ ୬୯ ହଜାର ୪୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଲକ୍ଷ ୪୧ ହଜାର ୧୯୪ ଜଣଙ୍କ ଚିକିତ୍ସା ଜାରି ରହିଛି । ୪୫ ହଜାର ୫୮୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୮ ଲକ୍ଷ ୯୫ ହଜାର ୬୦୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟମ ଧରଣରେ ଅଛି । 

 

  • Tags:

Subscribe

National International State Sports Entertainment