ଆମେରିକାରେ ପାକିସ୍ତାନ ବିରୋଧରେ କଶ୍ମୀର ଲୋକଙ୍କ ପ୍ରଦର୍ଶନ
Khabar Odisha:International-US-veterans-join-Indian-Americans-in-protest-against-Pakistan-in-Washington-DC

ୱାଶିଂଟନ, ଡିସେମ୍ବର ୧୦ (ଖବର ଓଡ଼ିଶା): ଆମେରିକାର ପୂର୍ବତନ ସେନା କର୍ମଚାରୀମାନେ କଶ୍ମୀର ସଂପ୍ରଦାୟ ଓ ଭାରତୀୟ ଆମେରିକୀୟଙ୍କ ସହିତ ମିଶି ଆତଙ୍କବାଦୀ ସମଙ୍କୁ ସମର୍ଥନ ଦେବା ବିରୋଧରେ ୱାଶିଂଟନରେ ବିରୋଧରେ ପାକିସ୍ତାନୀ ଦୂତାବାସ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀମାନେ ‘ପାକିସ୍ତାନ ତାଲିବାନ ଅଟେ’, ‘ପାକିସ୍ତାନ ଏକ ଆତଙ୍କବାଦୀ ଦେଶ ଅଟେ’ ଓ ପାକିସ୍ତାନକୁ ଆତଙ୍କବାଦୀ ପ୍ରାୟାଜିତ ଦେଶ ଭାବେ ଘୋଷଣା କରାଯାଉ । 

ପୂର୍ବତନ ସେନା କର୍ମଚାରୀ ଡିନଷ୍ଟେଙ୍ଗ କହିଛନ୍ତି, ମୁଁ ଆମେରିକାରେ ଭାରତର ଭୂମିକା ସଂପର୍କରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଆସିଛି । ପାକିସ୍ତାନ ତାଲିବାର ସମର୍ଥନ କରି ଆମେରିକୀୟ ପୁଅ-ଝିଅକୁ ହତ୍ୟା କରୁଛନ୍ତି । ଏହା ଆମେରିକୀୟ କରଦାତାଙ୍କ ଧନରେ କରାଯାଉଛି । କରଦାତାଙ୍କୁ ଏବାବଦରେ କିଛି ଜଣାନାହିଁ । ଭାରତୀୟ ଆମେରିକୀୟ ପ୍ରଦର୍ଶନକାରୀ ମଙ୍ଗା ଅନ୍ତତତମୁଲା କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ କେମିତ ପାଳନ ପୋଷଣ କରିଛନ୍ତି । ବିଶ୍ୱକୁ କଶ୍ମୀର ନରସଂହାର ଖବର ଜଣାଅଛି । ପାକିସ୍ତାନ ୨,୫୦,୦୦୦ରୁ ଅଧିକ କଶ୍ମୀର ହିନ୍ଦୁଙ୍କ ହତ୍ୟା ପାଇଁ ଦାୟୀ ବୋଲି ସେ କହିଛନ୍ତି । 

 

 

  • Tags:

Subscribe

National International State Sports Entertainment