ୱାଶିଂଟନ୍, ଅଗଷ୍ଟ ୧୦ (ଖବର ଓଡ଼ିଶା): ଯୁଦ୍ଧରେ କ୍ଷତିଗ୍ରସ୍ତ ୟୁକ୍ରେନ୍କୁ ପୁଣି ଥରେ ସହାୟତାର ହାତ ବଢ଼ାଇଛି ଆମେରିକା । ଏଥି ପାଇଁ ଆମେରିକା ମଙ୍ଗଳବାର ଘୋଷଣା କରିଛି ୟୁକ୍ରେନକୁ ଆର୍ଥିକ ବର୍ଷ ୨୦୨୨ରେ ୮୯ ମିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକା ସରକାରଙ୍କ ପକ୍ଷରୁ ଏନେଇ ବୟାନ ଜାରି କରାଯାଇଛି । ୟୁକ୍ରେନ୍ରେ ଟ୍ରେନ୍ ଓ ଅନ୍ୟଜିନିଷର ବିକାଶ ପାଇଁ ଅମେରିକା ଏହି ରାଶି ପ୍ରଦାନ କରିବାକୁ ଚାହିଁଛି ।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି । ଏହି ସାଢ଼େ ୪ ମାସର ଯୁଦ୍ଧ ସମୟରେ ୟୁକ୍ରେନ୍ରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି । ୟୁକ୍ରେନ୍ରେ ଯୁଦ୍ଧ ଜାରି ରହିବା ଦ୍ୱାରା ବିଶ୍ୱବାସୀ ମଧ୍ୟ ଘୋର ପ୍ରଭାବିତ ହୋଇଛନ୍ତି । କାରଣ ୟୁକ୍ରେନ୍କୁ ବାହାର ଦେଶରୁ ଆମଦାନୀ ନେଇ ସମସ୍ୟା ଦେଖାଯାଇଥିବା ବେଳେ ଏଠାରେୁ ଅନ୍ୟ ଦେଶକୁ କିଛି ରପ୍ତାନୀ ହୋଇପାରି ନାହିଁ । ଆମେରିକା ଏହା ପୂର୍ବରୁ ମଧ୍ୟ ୟୁକ୍ରେନ୍କୁ ଆର୍ଥିକ ଭାବେ ସହଯୋଗ କରିଥିଲା ।