ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ଥିବା ବେଳେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନିଙ୍କ ଜଣେ ଶୀର୍ଷସ୍ତରର ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁ ସଂଦିଗ୍ଧ ଅବସ୍ଥାରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ବେସାମରିକ ବିମାନ ଚଳାଚଳ ବିଶେଷଜ୍ଞ ଏବଂ ମସ୍କୋ ଆଭିଏସନ ଇଷ୍ଟିଚ୍ୟୁଟ୍ର ପୂର୍ବତନ ମୁଖ୍ୟ ଆନାଟୋଲି ଗେରାସଚେକନୋଙ୍କ ପାହାଚରୁ ଖସିପଡ଼ିବାରୁ ମୃତ୍ୟୁ ହୋଇଛି ।
ଏକ ବୟାନରେ କୁହାଯାଇଛି ଯେ ମସ୍କୋର ଆଭିଏସନ ସଂସ୍ଥାର ମୁଖ୍ୟାଳୟରେ ପାହାଚରୁ ଖସିପଡ଼ିବାରୁ ଆନାଟୋଲିଙ୍କ ମୃତ୍ୟୁ ହୋଇଛି । ଏହା କେବଳ ଏକ ଦୁର୍ଘଟଣା । କିନ୍ତୁ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ, ଆନାଟୋଲି ବହୁତ ଉପରୁ ଖସି ପଡ଼ିଛନ୍ତି । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁରେ ରୁଷିଆବାସୀ ଶୋକ ଜଣାଇଛନ୍ତି । ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ଧରଣର କ୍ଷତି ହୋଇଛି ବୋଲି ଦେଶବାସୀ ଶୋକ ପ୍ରକାଶ କରିଛନ୍ତି । ତେବେ ବଡ଼ କଥା ହେଉଛି ଯେ, ପୁଟିନଙ୍କ ଘନିଷ୍ଠମାନେ ଜଣକ ପରେ ଜଣଙ୍କର ମୃତ୍ୟୁ ହେଉଛି । ଆନାଟୋଲି ରୁଷିଆ ସରକାରଙ୍କ ବଡ଼ ପ୍ରକଳ୍ପରେ କାମ କରୁଥିଲେ । କୁହାଯାଉଛି ଯେ, ଚଳିତ ବର୍ଷ ପ୍ରାୟ ୧୦ରୁ ଅଧିକ ରୁଷୀୟ ଅଧିକାରୀଙ୍କ ରହସ୍ୟମୟ ସ୍ଥିତିରେ ପରଲୋକ ହୋଇଛି ।