ୱାଶିଂଟନ୍/ବ୍ରିଟେନ୍, ଜାନୁଆରୀ ୦୪ (ଖବର ଓଡ଼ିଶା): ଉଭୟ ଆମରେିକା ଓ ବ୍ରିଟେନ୍ରେ ଦିନକ ପରେ ପୁଣି ଥରେ କରୋନା ଭାଇରସ୍ ମହାମାରୀରେ ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ଲକ୍ଷ ୯୭ ହଜାର ୮୯୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୫୧ ହଜାର ୯୦୭ ଜଣ ସୁସ୍ଥ ହୋଇଛନ୍ତି। ତେବେ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି, ଯେଉଁଥି ପାଇଁ ଆଶ୍ବସ୍ତି ପ୍ରଦାନ କରିଛି। ଆମେରିକାରେ ଗୋଟିଏ ଦିନରେ ୫୬୦ ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକାରେ ଏଯାଏଁ ୫ କୋଟି ୬୭ ଲକ୍ଷ ୫୭ ହଜାର ୩୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୧୬ ଲକ୍ଷ ୯ ହଜାର ୩୨୧ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୪୮ ହଜାର ୫୦୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୪୨ ଲକ୍ଷ ୯୯ ହଜାର ୫୨୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୯ ହଜାର ୧୩୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ବ୍ରିଟେନ୍ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୭ହଜାର ୭୫୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦ ହଜାର ୩୮୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୪୨ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୬୭ ହଜାର ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ସ୍ପେନରେ ୯୩ ହଜାର ୧୯୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।