ୱାଶିଂଟନ୍/ବ୍ରିଟେନ୍, ଜାନୁଆରୀ ୦୨ (ଖବର ଓଡ଼ିଶା): କରୋନା ଭାଇରସ୍ ମହାମାରୀ ଯୋଗୁଁ ବିଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୨ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆମେରିକା ଓ ବ୍ରିଟେନ୍ରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।
ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ଲକ୍ଷ ୬୧ ହଜାର ୩୯୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି, ଯେଉଁଥି ପାଇଁ ଆଶ୍ବସ୍ତି ପ୍ରଦାନ କରିଛି। ଆମେରିକାରେ ଗୋଟିଏ ଦିନରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକାରେ ଏଯାଏଁ ୫ କୋଟି ୫୮ ଲକ୍ଷ ୬୪ ହଜାର ୫୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୧୫ ଲକ୍ଷ ୧୮ ହଜାର ୪୭୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୪୭ ହଜାର ୧୬୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୩୪ ଲକ୍ଷ ୯୮ ହଜାର ୮୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୮ ହଜାର ୩୨୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ବ୍ରିଟେନ୍ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୨ ହଜାର ୫୭୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦ ହଜାର ୫୩୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୫୪ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ଲକ୍ଷ ୧୯ ହଜାର ୧୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।