ୟୁକ୍ରାଇନରେ ସେନାର ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ, ୨୨ ମୃତ
Khabar Odisha:International-Military-plane-crashes-in-northeastern-Ukraine-killing-22-search-operation-continued

ୟୁକ୍ରାଇନ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା): ଉତ୍ତର ୟୁକ୍ରାଇନରେ ଶୁକ୍ରବାର ସନ୍ଧ୍ୟାରେ ଏକ ସେନାର ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ବିମାନରେ ୨୮ ଜଣ ଥିଲେ । ଆଭ୍ୟନ୍ତରୀଣ ମନ୍ତ୍ରାଳୟ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ବାୟୁସେନାର ଯବାନମାନେ ନିୟୋଜିତ ହୋଇଥିଲେ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନ ଦୁର୍ଘଟଣାରେ ୨ ଜଣ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉପ ଆଭ୍ୟନ୍ତରୀଣ ମନ୍ତ୍ରୀ ଆଣ୍ଟନ ଗେରାଶଚେକନୋ କହିଛନ୍ତି, ସର୍ଚ୍ଚ ଅପରେଶନ ଜାରି ରହିଛି । ୟୁକ୍ରାଇନର ଷ୍ଟେଟ ଇମାରଜେନ୍ସି ସର୍ଭିସ  ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଏହା ସେନାର ବିମାନବନ୍ଦର ଠାରୁ ୨ କିଲୋମିଟର ଦୂରରେ ଘଟିଥିଲା । ୨୨ ଜଣଙ୍କର ମୃତଦେହ ମିଳିଛି । ୨ ଜଣ ଗୁରୁତର ହୋଇଛନ୍ତି । ୪ ଜଣଙ୍କ ସଂପର୍କରେ କୌଣସି ଖବର ନାହିଁ । 

  

 

  • Tags:

Subscribe

National International State Sports Entertainment