ବିରୁଟରେ ଆତ୍ମଘାତୀ ବିସ୍ଫୋରଣ: ୭୩ ମୃତ
Khabar Odisha:International-Lebanon-Massive-explosion-in-capital-of-Lebanon-capital-Beirut-kills-73

ବିରୁଟ, ଅଗଷ୍ଟ ୦୫ (ଖବର ଓଡ଼ିଶା): ଲେବାନନର ରାଜଧାନୀ ବିରୁଟରେ ମଙ୍ଗଳବାର ରାତି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୭୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ଶତାଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଅନେକ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । 

ଲେବାନନ ରାଷ୍ଟ୍ରପତି ବେରୁତକୁ ଆଗାମୀ ୨ ସପ୍ତାହ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ରାଷ୍ଟ୍ରପତି କ୍ୟାବିନେଟର ଜରୁରୀକାଳୀନ ବୈଠକ ଡାକିଛନ୍ତି । ଅନ୍ୟପଟରେ କିଛି ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ, ଆତ୍ମଘାତୀ ବିସ୍ଫୋରଣରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ହଜାରର ଲୋକ ଆହତ ହୋଇଛନ୍ତି । ଲେବାନନ ପ୍ରଧାନମନ୍ତ୍ରୀ ହସନ ଦିଆବ କହିଛନ୍ତି, ବନ୍ଦରରେ ୨୭୫୦ ଟନ ଆମୋନିୟମ ନାଇଟେଡ ବିସ୍ଫୋରଣ ହୋଇଛି । ସୁରକ୍ଷା ସୂତ୍ର ଅନୁସାରେ ଏହି ବିସ୍ଫୋରଣ ବନ୍ଦର ଅଂଚଳରେ ହୋଇଛି । ଏଠାରେ ରାସାୟନିକ ଦ୍ରବ୍ୟ ଥିଲା । 

 

  • Tags:

Subscribe

National International State Sports Entertainment