ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): କରୋନା ସଂକ୍ରମଣ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। କେବଳ ଆମେରିକା ଓ ଫ୍ରାନ୍ସରେ ଗୋଟିଏ ଦିନରେ ସାଢ଼େ ୧୦ ଲକ୍ଷରୁ ଅଧିକ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ସହିତ ସଂକ୍ରମଣ ସମଗ୍ର ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ୮୮ ହଜାର ୨୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୯ ଲକ୍ଷ ୯୦ ହଜାର ୪୫୪ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭ ହଜାର ୫୦୦ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ୨୭ ଲକ୍ଷ ୧୫ ହଜାର ୭୯୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୯ ଲକ୍ଷ ୨୪ ହଜାର ୩୬୯ ଜଣ ସୁସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ ୭୭୫୯ ଜଣଙ୍କର ମୃତ୍ୟୁ ହୋଇଥିଲା।
ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୧ କୋଟି ୭୧ ଲକ୍ଷ ୧୫ ହଜାର ୮୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୨୭ ଲକ୍ଷ ୪ ହଜାର ୪୪୭ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୨୯ ହଜାର ୪୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ କୋଟି ୮୮ ଲକ୍ଷ ୮୧ ହଜାର ୯୫୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୨୭୨ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୭ ଲକ୍ଷ ୧୮ ହଜାର ୬୦୬ ସଂକ୍ରମିତ, ୬ ଲକ୍ଷ ୨୦ ହଜାର ୪୧୯ ମୃତ
ବ୍ରିଟେନ: ୧ କୋଟି ୪୮ ଲକ୍ଷ ୬୨ ହଜାର ୧୩୮ ସଂକ୍ରମିତ, ୧ ଲକ୍ଷ ୫୧ ହଜାର ୭ ମୃତ
ଫ୍ରାନ୍ସ: ୧ କୋଟି ୨୯ ଲକ୍ଷ ୩୪ ହଜାର ୯୮୨ ସଂକ୍ରମିତ, ୧ ଲକ୍ଷ ୨୬ ହଜାର ୩୦୫ ମୃତ
ରୁଷିଆ: ୧ କୋଟି ୭ ଲକ୍ଷ ୨ ହଜାର ୧୫୦ ସଂକ୍ରମିତ, ୩ ଲକ୍ଷ ୧୮ ହଜାର ୪୩୨ ମୃତ
ତୁର୍କୀ: ୧ କୋଟି ୧ ଲକ୍ଷ ୯୫ ହଜାର ୬୭୬ ସଂକ୍ରମିତ, ୮୪ ହଜାର ୧୨୫ ମୃତ
ଇଟାଲି: ୭୯ ଲକ୍ଷ ୭୧ ହଜାର ୬୮ ସଂକ୍ରମିତ, ୧ ଲକ୍ଷ ୩୯ ହଜାର ୮୭୨ ମୃତ
ସ୍ପେନ: ୭୭ ଲକ୍ଷ ୭୧ ହଜାର ୩୬୭ ସଂକ୍ରମିତ, ୯୦ ହଜାର ୫୦୮ ମୃତ
ଜର୍ମାନୀ: ୭୭ ଲକ୍ଷ ୧୧ ହଜାର ୯୯୫ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୬୦୫ମୃତ
ଆର୍ଜେଣ୍ଟିନା: ୬୬ଲକ୍ଷ ୬୪ ହଜାର ୭୧୭ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୬୭୦ ମୃତ