ନୂଆଦିଲ୍ଲୀ, ଜାନୁଆରୀ ୧୬ (ଖବର ଓଡ଼ିଶା): ୟୁଟୁବ୍ ଷ୍ଟାର୍ ଅଦାଲିଆ ରୋଜ (YouTube star Adalia Rose)ଙ୍କ ୧୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ପ୍ରୋଜେରିଆ ନାମକ ଏକ ବିରଳ ରୋଗରେ ପୀଡିତ ଥିଲେ, ଏହି ରୋଗରେ ପୀଡିତ ରୋଗୀ ପିଲାଦିନରେ ବୟସ୍କ ଭଳି ଜଣାପଡ଼ନ୍ତି। ଅଦାଲିଆ ରୋଜ ଏହି ରୋଗରେ ପୀଡିତ ଥାଇ ମଧ୍ୟ ବିଶ୍ବର ଲୋକଙ୍କୁ ପ୍ରଭାବିତ କରୁଥିଲେ। ଡେଲି ଷ୍ଟାର ଅନୁସାରେ ଅଦାଲିଆ ରୋଜ ଇଣ୍ଟରନେଟରେ ସାମାଜିକ ଗଣମାଧ୍ୟମରେ ଷ୍ଟାର ହୋଇଯାଇଥିଲେ। ଅଦାଲିଆ ଆମେରିକାର ଟେକ୍ସାସରେ ରହୁଥିଲେ। ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅଦାଲିଆ ଏହି ବିରଳ ରୋଗରେ ସେହିଦିନ ଠାରୁ ପୀଡିତ ଥିଲେ। ସେ ଯେତେବେଳେ ଜନ୍ମନେଇଥିଲେ, ରୋଗ ଯୋଗୁଁ ଅଧିକ ବୟସର ଜଣାପଡୁଥିଲେ। ଏହି ରୋଗରେ ପୀଡିତ ଥିଲେ ଶାରୀରିକ ବିକାଶରେ ରୋକ ଲାଗିଯାଇଥାଏ। କିନ୍ତୁ ତାଙ୍କର କହିବା ଶୈଳୀକୁ ଲୋକେ ପସନ୍ଦ କରୁଥିଲେ। ତାଙ୍କୁର ୟୁଟୁବ ଚ୍ୟାନେଲକୁ ୨୯ ଲକ୍ଷରୁ ଅଧିକ ଲୋକ ସବସ୍କ୍ରାଇବ୍ କରିଥିଲେ। ସେ ୨୦୧୨ ଜୁନ ମାସରେ ୟୁଟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ଏତଦ ବ୍ୟତୀତ ସେ ଫେସବୁକ ଓ ଇନ୍ଷ୍ଟାଗ୍ରାମରେ ମଧ୍ୟ ଲୋକପ୍ରିୟ ଥିଲେ।