ବିଶ୍ୱରେ କରୋନା ଭାଇରସ୍‌: ୨୨.୩୯ କୋଟି ଲୋକ ସଂକ୍ରମିତ, ୨୦.୫ କୋଟି ସୁସ୍ଥ
Khabar Odisha:International-Corona-virus-death-toll-reaches-4619lakh-2239-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ କରୋନା ଭାଇରସ୍‌ଜନିତ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାରି ମଧ୍ୟରେ ମୃତ୍ୟୁ ୪୬ଲକ୍ଷ  ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ କରୋନା ପୁଣି ବଢ଼ିଛି । ଏହି ସମୟ ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୮୬ ହଜାର ୫୬୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୧୯୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୩୯ ଲକ୍ଷ ୮୦ ହଜାର ୧୮୮ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୬ ଲକ୍ଷ ୧୯ ହଜାର ୬୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨୦ କୋଟି ୫ ଲକ୍ଷ ୬୦ ହଜାର ୬୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୭ ଲକ୍ଷ ୯୯ ହଜାର ୮୯୨ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୩ ହଜାର ୮୯୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨କୋଟି ୯ ଲକ୍ଷ ୫୮ହଜାର ୮୯୯ ସଂକ୍ରମିତ, ୫ଲକ୍ଷ ୮୫ ହଜାର ୨୦୫ମୃତ

ୟୁକେ: ୭୧ ଲକ୍ଷ ୩୨ ହଜାର ୭୨ ସଂକ୍ରମିତ, ୧ ଲକ୍ଷ ୩୩ ହଜାର ୬୪୧ ମୃତ 

ଋଷିଆ: ୭୦ ଲକ୍ଷ ୮୪ ହଜାର ୨୮୪ ସଂକ୍ରମିତ, ୧ଲକ୍ଷ ୯୦ହଜାର ୩୭୬ ମୃତ 

ଫ୍ରାନ୍ସ: ୬୮ ଲକ୍ଷ ୭୭ ହଜାର ୮୨୫ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୩୬୨ ମୃତ 

ତୁର୍କୀ: ୬୫ ଲକ୍ଷ ୯୦ହଜାର ୪୧୪ ସଂକ୍ରମିତ, ୫୯ ହଜାର ୧୭୦ ମୃତ

ଇରାନ: ୫୨ ଲକ୍ଷ ୩୭ ହଜାର ୭୯୯ ସଂକ୍ରମିତ, ୧ ଲକ୍ଷ ୧୩ ହଜାର ୯୯ମୃତ 

ଆର୍ଜେଣ୍ଟିନା: ୫୨ ଲକ୍ଷ ୧୮ହଜାର ୯୯୩ ସଂକ୍ରମିତ, ୧ ଲକ୍ଷ ୧୩ ହଜାର ୯୯ମୃତ

କଲୋମ୍ବିଆ: ୪୯ ଲକ୍ଷ ୨୫ ହଜାର ସଂକ୍ରମିତ, ୧ ଲକ୍ଷ ୨୫ ହଜାର ୪୮୦ମୃତ 

ସ୍ପେନ: ୪୯ ଲକ୍ଷ ୩ ହଜାର ୨୧ ସଂକ୍ରମିତ, ୮୫ ହଜାର ୨୧୮ମୃତ

 

  • Tags:

Subscribe

National International State Sports Entertainment