କରୋନା: ବିଶ୍ୱବ୍ୟାପୀ ୩୭.୩୫ ଲକ୍ଷ ମୃତ, ସଂକ୍ରମିତଙ୍କ ସଂଖ୍ୟା ୧୭.୩୭ କୋଟି
Khabar Odisha:International-Corona-virus-death-toll-reaches-3735lakh-1737-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୦୬ (ଖବର ଓଡ଼ିଶା): ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱବ୍ୟାପୀ ୩ ଲକ୍ଷ ୯୧ ହଜାର ୨୭୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୮ ହଜାର ୯୭୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ  ଆଜି ପର୍ଯ୍ୟନ୍ତ ୧୭ କୋଟି ୩୭ ଲକ୍ଷ ୩ ହଜାର ୭୫୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୩୫ ହଜାର ୭୫୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୫ କୋଟି ୬୮ ଲକ୍ଷ ୧୦ ହଜାର ୭୫୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୧ ଲକ୍ଷ ୫୭ ହଜାର ୨୪୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୭ହଜାର ୮୦୩  ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୩ ହଜାର ୭୦୮କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୨ ହଜାର ୧୯୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୮୧ ଲକ୍ଷ  ୫୪୮ ଲୋକ ସୁସ୍ଥ ହୋଇଥିବା ବେଳେ ୫୪ ଲକ୍ଷ ୯୦ ହଜାର ୯୬୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫ ହଜାର ୫୭୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୬୯ଲକ୍ଷ ୭ ହଜାର ୪୨୫ସଂକ୍ରମିତ, ୪ଲକ୍ଷ ୭୨ହଜାର ୬୨୯ମୃତ

ଫ୍ରାନ୍ସ: ୫୭ ଲକ୍ଷ ୭ ହଜାର ୬୮୩ ସଂକ୍ରମିତ, ୧ ଲକ୍ଷ ୯ ହଜାର ୯୭୩ ମୃତ 

ତୁର୍କୀ: ୫୨ ଲକ୍ଷ ୮୨ ହଜାର ୫୯୪ ସଂକ୍ରମିତ, ୪୮ ହଜାର ୬୮ ମୃତ

ଋଷିଆ: ୫୧ ଲକ୍ଷ ୧୭ ହଜାର ୨୭୪ ସଂକ୍ରମିତ, ୧ଲକ୍ଷ ୨୩ ହଜାର ୪୩୬ ମୃତ 

ୟୁକେ: ୪୫ ଲକ୍ଷ ୧୧ ହଜାର ୬୬୯ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୩୬ ମୃତ 

ଇଟାଲି: ୪୨ ଲକ୍ଷ ୩୦ ହଜାର ୧୫୩ ସଂକ୍ରମିତ, ୧ଲକ୍ଷ ୨୬ ହଜାର ୪୭୨ମୃତ 

ଆର୍ଜେଣ୍ଟିନା: ୩୯ ଲକ୍ଷ ୩୯ ହଜାର ୨୪ ସଂକ୍ରମିତ, ୮୦ ହଜାର ୮୬୭ ମୃତ

ଜର୍ମାନୀ: ୩୭ ଲକ୍ଷ ୬ ହଜାର ୯୩୪ ସଂକ୍ରମିତ, ୮୯ ହଜାର ୮୨୫ମୃତ 

ସ୍ପେନ: ୩୬ ଲକ୍ଷ ୯୭ ହଜାର ୯୮୭ ସଂକ୍ରମିତ, ୮୦ ହଜାର ୧୯୬ ମୃତ 


 

  • Tags:

Subscribe

National International State Sports Entertainment