ନୂଆଦିଲ୍ଲୀ, ଫେବୃଆରୀ ୨୭ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ କରୋନା ଭାଇରସ ସଂକ୍ରମଣ ଚିନ୍ତା ବଢ଼ାଇଛି । କରୋନାର ନୂଆ ପ୍ରାରୁପ ଦେଖାଯିବା ପରେ ବିଶ୍ୱବାସୀଙ୍କ ମନରେ ପୁଣି ଥରେ ଚିନ୍ତା ପ୍ରବେଶ କରିଛି । ଆଜି ପର୍ଯ୍ୟନ୍ତ ୧୧ କୋଟି ୩୯ ଲକ୍ଷ ୬୦ ହଜାର ୭୧ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୨୭ ହଜାର ୯୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି ୯୫ ଲକ୍ଷ ୧୯ ହଜାର ୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୧୨ ହଜାର ୯୧୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୧ ହଜାର ୪୧୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୯୧ ଲକ୍ଷ ୭୯ ହଜାର ୯୪କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୨୨ ହଜାର ୭୨୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୯୫ ଲକ୍ଷ ୩୦ ହଜାର ୨୮ ଲୋକ ସୁସ୍ଥ ହୋଇଥିବା ବେଳେ ୯୦ ଲକ୍ଷ ୭୬ ହଜାର ୮୩୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୮୩୭ ଜଣ ଗୁରୁତର ଅଛନ୍ତି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୧କୋଟି ୪ଲକ୍ଷ ୫୭ହଜାର ୭୯୪ସଂକ୍ରମିତ, ୨ଲକ୍ଷ ୫୨ହଜାର ୯୮୮ମୃତ
ଋଷିଆ: ୪୨ ଲକ୍ଷ ୨୩ ହଜାର ୧୮୬ ସଂକ୍ରମିତ, ୮୫ ହଜାର ୩୦୪ ମୃତ
ୟୁକେ: ୪୧ ଲକ୍ଷ ୬୩ ହଜାର ୮୫ ସଂକ୍ରମିତ, ୧ ଲକ୍ଷ ୨୨ ହଜାର ୪୧୫ ମୃତ
ଫ୍ରାନ୍ସ: ୩୭ ଲକ୍ଷ ୧୨ ହଜାର ୨୦ ସଂକ୍ରମିତ, ୮୬ ହଜାର ୧୪୭ ମୃତ
ସ୍ପେନ: ୩୧ ଲକ୍ଷ ୮୮ହଜାର ୫୫୩ ସଂକ୍ରମିତ, ୬୯ ହଜାର ୧୪୨ମୃତ
ଇଟାଲି: ୨୮ ଲକ୍ଷ ୮୮ ହଜାର ୯୩୨ସଂକ୍ରମିତ, ୯୭ ହଜାର ୨୨୭ମୃତ
ତୁର୍କୀ: ୨୬ ଲକ୍ଷ ୮୩ ହଜାର ୯୭୧ ସଂକ୍ରମିତ, ୨୮ ହଜାର ୪୩୨ ମୃତ
ଜର୍ମାନୀ: ୨୪ ଲକ୍ଷ ୩୬ ହଜାର ୪୭୮ ସଂକ୍ରମିତ, ୭୦ ହଜାର ୪୨୧ମୃତ
କଲମ୍ବିଆ: ୨୨ ଲକ୍ଷ ୩୭ ହଜାର ୫୪୨ ସଂକ୍ରମିତ, ୫୯ ହଜାର ୨୬୦ ମୃତ