ବିଶ୍ୱବ୍ୟାପୀ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ଟପିଲା, ୧୧.୩୦ କୋଟି ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-2506-lakh-1130-crore-people-detected-in-world-wide

ନୂଆଦିଲ୍ଲୀ, ଫେବୃଆରୀ ୨୫ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରିଛି । ଏହାରି ମଧ୍ୟରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧୧ କୋଟି ୩୦ ଲକ୍ଷ ଅତିକ୍ରମ କରିସାରିଛି । କରୋନାର ନୂଆ ପ୍ରାରୁପ ଦେଖାଯିବା ପରେ ବିଶ୍ୱବାସୀ ପୁଣି ଥରେ ଚିନ୍ତିତ ହୋଇପଡ଼ିଛନ୍ତ । ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୧ କୋଟି ୩୦ ଲକ୍ଷ ୭୨ ହଜାର ୫୦୬ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୬ ହଜାର ୬୭୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି  ୮୬ ଲକ୍ଷ ୮୯ ହଜାର ୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୮ ଲକ୍ଷ ୭୮ ହଜାର ୩୧୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୧ ହଜାର ୮୪୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଭାଇରସଜନିତ ମହାମାରୀ ଯୋଗୁଁ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୮୯ ଲକ୍ଷ ୬୯ ହଜାର ୬୫୨କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୧୭ ହଜାର ୩୬୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୯୩ ଲକ୍ଷ ୩୨ ହଜାର ୯୭ ଲୋକ ସୁସ୍ଥ ହୋଇଥିବା ବେଳେ ୯୧ ଲକ୍ଷ ୨୦ ହଜାର ୧୯୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୮୮ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୩କ୍ଷ ୨୬ହଜାର୮ ସଂକ୍ରମିତ, ୨ ଲକ୍ଷ ୫୦ ହଜାର ୭୯ ମୃତ

ଋଷିଆ: ୪୨ ଲକ୍ଷ ୯୦୨ ସଂକ୍ରମିତ, ୮୪ ହଜାର ୪୩୦ ମୃତ

ୟୁକେ: ୪୧ ଲକ୍ଷ ୪୪ ହଜାର ୫୭୭ ସଂକ୍ରମିତ, ୧ ଲକ୍ଷ ୨୧ ହଜାର ୭୪୭ ମୃତ 

ଫ୍ରାନ୍ସ: ୩୬ ଲକ୍ଷ ୬୧ ହଜାର ୪୧୦ ସଂକ୍ରମିତ, ୮୫ ହଜାର ୩୨୧ ମୃତ 

ସ୍ପେନ: ୩୧ ଲକ୍ଷ ୭୦ହଜାର୬୪୪ ସଂକ୍ରମିତ, ୬୮ ହଜାର ୪୬୮ ମୃତ 

ଇଟାଲି: ୨୮ ଲକ୍ଷ ୪୮ ହଜାର ୫୬୪ ସଂକ୍ରମିତ, ୯୬ ହଜାର ୬୬୬ମୃତ 

ତୁର୍କୀ: ୨୬ ଲକ୍ଷ ୬୫ ହଜାର ୧୯୪ ସଂକ୍ରମିତ, ୨୮ ହଜାର ୨୮୫ ମୃତ

ଜର୍ମାନୀ: ୨୪ ଲକ୍ଷ ୧୬ ହଜାର ୩୭ ସଂକ୍ରମିତ, ୬୯ ହଜାର ୬୧୦ମୃତ 

କଲମ୍ବିଆ: ୨୨ ଲକ୍ଷ ୩୭ ହଜାର ୫୪୨ ସଂକ୍ରମିତ, ୫୯ ହଜାର ୨୬୦ ମୃତ

 

  • Tags:

Subscribe

National International State Sports Entertainment