ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା): କରୋନା ଭାଇରସ୍ ସଂକ୍ରମଣରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହ୍ରାସ ପାଇଛି। ବିଶ୍ବବ୍ୟାପୀ ୧୯ ଲକ୍ଷ ୨୨ ହଜାର ୩୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୯ ଲକ୍ଷ ୮୫ ହଜାର ୮୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩୯୫୩ ଜଣ ପ୍ରାଣ ହରାଇଛନ୍ତି। ଗତ ୧୪ ତାରିଖ ଦିନ ବିଶ୍ବବ୍ୟାପୀ ୩୧ ଲକ୍ଷ ୩ ହଜାର ୬୧୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୧ ଲକ୍ଷ ୧୫ ହଜାର ୫୩୯ ଜଣ ସୁସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ ୭୧୪୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୨ କୋଟି ୮୬ ଲକ୍ଷ ୬ ହଜାର ୮୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୭୩ ଲକ୍ଷ ୯୭ ହଜାର ୨୫୯ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୫୭ ହଜାର ୪୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୫୬ ଲକ୍ଷ ୫୨ ହଜାର ୬୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୫୧ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୩୦ ଲକ୍ଷ ୬ ହଜାର ୯୫୨ ସଂକ୍ରମିତ, ୬ ଲକ୍ଷ ୨୧ ହଜାର ୯୯ ମୃତ
ବ୍ରିଟେନ: ୧ କୋଟି ୫୨ ଲକ୍ଷ ୧୭ ହଜାର ୨୮୦ ସଂକ୍ରମିତ, ୧ ଲକ୍ଷ ୫୧ ହଜାର ୯୮୭ ମୃତ
ଫ୍ରାନ୍ସ: ୧ କୋଟି ୪୧ ଲକ୍ଷ ୭୨ ହଜାର ୩୮୪ ସଂକ୍ରମିତ, ୧ ଲକ୍ଷ ୨୬ ହଜାର ୯୬୭ ମୃତ
ରୁଷିଆ: ୧ କୋଟି ୮ ଲକ୍ଷ ୩ ହଜାର ୫୩୪ ସଂକ୍ରମିତ, ୩ ଲକ୍ଷ ୨୧ ହଜାର ୩୨୦ ମୃତ
ତୁର୍କୀ: ୧ କୋଟି ୪ ଲକ୍ଷ ୫୭ ହଜାର ୧୬୪ ସଂକ୍ରମିତ, ୮୪ ହଜାର ୭୫୮ ମୃତ
ଇଟାଲି: ୮୬ ଲକ୍ଷ ୯୮ ହଜାର ୬୯୨ ସଂକ୍ରମିତ, ୧ ଲକ୍ଷ ୪୧ ହଜାର ୧୦୪ ମୃତ
ସ୍ପେନ: ୮୦ ଲକ୍ଷ ୯୩ ହଜାର ୩୬ ସଂକ୍ରମିତ, ୯୦ ହଜାର ୭୫୯ମୃତ
ଜର୍ମାନୀ: ୭୯ ଲକ୍ଷ ୯୧ ହଜାର ୪୩୨ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୨୬୮ ମୃତ
ଆର୍ଜେଣ୍ଟିନା: ୭୦ଲକ୍ଷ ୯୪ ହଜାର ୮୬୫ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୪୦ ମୃତ