ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା): କରୋନା ସଂକ୍ରମଣ ପୁଣି ଏକ ରେକର୍ଡ କରିଛି। ଗୋଟିଏ ଦିନରେ କେବଳ ଆମେରିକା ଓ ଫ୍ରାନ୍ସରେ ସାଢ଼େ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୧ ଲକ୍ଷ ୩ ହଜାର ୬୧୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୧ ଲକ୍ଷ ୧୫ ହଜାର ୫୩୯ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୧୪୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଗୋଟିଏ ଦିନରେ ୨୯ ଲକ୍ଷ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୨ କୋଟି ୫ ଲକ୍ଷ ୯୨ ହଜାର ୨୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୩୯ ଲକ୍ଷ ୬୬ ହଜାର ୮୬୭ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୩୮ ହଜାର ୩୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୧୦ ଲକ୍ଷ ୮୭ ହଜାର ୩୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୪୩୮ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୮ ଲକ୍ଷ ୧୫ ହଜାର ୮୨୭ ସଂକ୍ରମିତ, ୬ ଲକ୍ଷ ୨୦ ହଜାର ୬୦୯ ମୃତ
ବ୍ରିଟେନ: ୧ କୋଟି ୪୯ ଲକ୍ଷ ୬୭ ହଜାର ୮୧୭ ସଂକ୍ରମିତ, ୧ ଲକ୍ଷ ୫୧ ହଜାର ୩୪୨ ମୃତ
ଫ୍ରାନ୍ସ: ୧ କୋଟି ୩୨ ଲକ୍ଷ ୪୦ ହଜାର ୩୦୪ ସଂକ୍ରମିତ, ୧ ଲକ୍ଷ ୨୬ ହଜାର ୫୩୦ ମୃତ
ରୁଷିଆ: ୧ କୋଟି ୭ ଲକ୍ଷ ୨୩ ହଜାର ୩୦୫ ସଂକ୍ରମିତ, ୩ ଲକ୍ଷ ୧୯ ହଜାର ୧୭୨ ମୃତ
ତୁର୍କୀ: ୧ କୋଟି ୨ ଲକ୍ଷ ୭୧ ହଜାର ୨୪୦ ସଂକ୍ରମିତ, ୮୪ ହଜାର ୨୭୮ ମୃତ
ଇଟାଲି: ୮୧ ଲକ୍ଷ ୫୫ ହଜାର ୬୪୫ ସଂକ୍ରମିତ, ୧ ଲକ୍ଷ ୪୦ ହଜାର ୧୮୮ ମୃତ
ସ୍ପେନ: ୭୯ ଲକ୍ଷ ୩୦ ହଜାର ୫୨୮ ସଂକ୍ରମିତ, ୯୦ ହଜାର ୬୨୦ ମୃତ
ଜର୍ମାନୀ: ୭୮ ଲକ୍ଷ ୫ ହଜାର ୧୪୯ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୮୬୬ ମୃତ
ଆର୍ଜେଣ୍ଟିନା: ୬୭ଲକ୍ଷ ୯୩ ହଜାର ୧୧୯ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୮୦୮ ମୃତ