୬୧ ବର୍ଷୀୟ ପ୍ରେମିକଙ୍କୁ ପରିବାର ସହ ସାକ୍ଷାତ କରାଇଲେ ୧୯ ବର୍ଷୀୟ ପ୍ରେମିକା, ପୋଲିସକୁ ଡାକିଲେ ବାପା-ମା’
Khabar Odisha:International-A-19-year-girl-married-with-61-year-old-boyfriend-parents-calling-the-police-when-they-met-him

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯(ଖବର ଓଡ଼ିଶା): ଆମେରିକାରେ ଜଣେ ୧୯ ବର୍ଷୀୟ ପ୍ରେମିକା ୬୧ ବର୍ଷୀୟ ପ୍ରେମିକଙ୍କୁ ବିବାହ କରିଛି। ଯୁବତୀ ଜଣକ ବିବାହ ପରେ ସ୍ବାମୀଙ୍କୁ ନିଜ ବାପା-ମା’ଙ୍କୁ ସାକ୍ଷାତ କରାଇଛି। କିନ୍ତୁ ଏଥିରେ ଯୁବତୀଙ୍କ ବାପା ଓ ମା’ ବିରକ୍ତି ପ୍ରକାଶ କରଛନ୍ତି। ସେମାନେ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ। 

୧୯ ବର୍ଷୀୟ ଯୁବତୀ ଜଣକ ବୟସ୍କ ବ୍ୟକ୍ତିଙ୍କୁ ପ୍ରେମ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ବୟସ୍କ ବ୍ୟକ୍ତିଙ୍କ ପୂର୍ବରୁ ହିଁ ୨ଟି ସନ୍ତାନ ଅଛନ୍ତି ଏବଂ ଯୁବତୀ ଏହା ଜାଣିଥିଲେ। ଯୁବତୀ ଜଣକ କହିଛନ୍ତି ଯେ, ମାତା-ପିତା ପ୍ରଥମ ଥର ପୋଲିସକୁ ଡକିଥିଲେ। କିନ୍ତୁ ଏବେ ସଂପର୍କ ଯୋଡ଼ିହୋଇଯିବା ପରେ ଏହାକୁ ସ୍ବାଗତ ଜଣାଇଥିଲେ। ଆଶ୍ଚର୍ଯ୍ୟର କଥା ହେଳା ଯେ, ବୟସ୍କ ବ୍ୟକ୍ତି ଓ ଯୁବତୀଙ୍କ ମଧ୍ୟରେ ବୟସରେ ୪୨ ବର୍ଷ ପାର୍ଥକ୍ୟ। 

୧୯ ବର୍ଷୀୟ ସେନା ପୋଲିସ ଅଧିକାରୀ ଆଣ୍ଡ୍ର୍ୟ ଚେୟେନେ ସ୍ମାଇଲୀ ମୁନ ପ୍ରଥମ ଥର ୨୦୨୦ ମସିହାରେ ନିଜର ୬୧ ବର୍ଷୀୟ ପତି କେଭିନ ସହିତ ଡେଟିଙ୍ଗ ସାଇଟରେ ଭେଟିଥିଲେ। ବୟସ ୪୨ ବର୍ଷ ପାର୍ଥକ୍ୟ ଥିଲେ ମଧ୍ୟ ବାୟୋ ପ୍ରୋଫାଇଲ ପାଇଁ ଆକର୍ଷିତ ହୋଇଥିଲେ। ଚାଟ କରିବାର ଅଳ୍ପ କିଛି ମାସ ମଧ୍ୟରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା। 

  

 

  • Tags:

Subscribe

National International State Sports Entertainment