ପାକିସ୍ତାନ ରକେଟ ଆକ୍ରମଣରେ ୯ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ, ୫୦ ଆହତ
Khabar Odisha:International-9-Aafghanistan-people-killed-50-injured-in-Pakistani-rocket-attack

କାବୁଲ, ଅଗଷ୍ଟ ୦୧ (ଖବର ଓଡ଼ିଶା): ପାକିସ୍ତାନ ପକ୍ଷରୁ କରାଯାଇଥିବା ରକେଟ ଆକ୍ରମଣରେ ଆଫଗାନିସ୍ତାର ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ପାକିସ୍ତାନ ନିଜର ଦକ୍ଷିଣ ପଶ୍ଚିମ ସୀମାରୁ ଆଫଗାନିସ୍ତାନର ଏକ ସୀମାବର୍ତ୍ତୀ ସହର ଉପରେ ରକେଟ ଆକ୍ରମଣ କରିଥିଲା, ଯେଉଁଥିରେ କି ୯ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନର ଅଧିକାରୀମାନେ ଏହି ଦାବି କରିଛନ୍ତି । 

ଅନ୍ୟପକ୍ଷରେ ପାକିସ୍ତାନ କହିଛି ଯେ, ଆଫଗାନିସ୍ତାନ ସୀମାରକ୍ଷକ ପୂର୍ବରୁ ଆକ୍ରମଣ କରିଥିଲେ । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ପାକିସ୍ତାନ ସ୍ପିନବୋଲଡକରେ ରକେଟ ଆକ୍ରମଣ କରିଥିଲା, ଯେଉଁଥିରେ କି ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୫୦ ଜଣ ଆହତ ହୋଇଥିଲେ । ଏହା ପରେ ଆଫଗାନିସ୍ତାନର ସୁରକ୍ଷା ବାହିନୀ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲେ । 

ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଶୁକ୍ରବାର କହିଛି, ଆଫଗାନ ସୈନ୍ୟ ବଳ ନିରିହ ସାଧାରଣ ନାଗରିକ ଏବଂ ପାକିସ୍ତାନୀ ସୁରକ୍ଷା ବଳ ଉପରେ ବିନା କାରଣରେ ଗୁଳି ଚାଳନା କରୁଛନ୍ତି । ଫଳରେ ପାକିସ୍ତାନ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପାକିସ୍ତାନ କହିଛି, ପରେ ସୈନ୍ୟ ଓ କୁଟନୀତି ମାଧ୍ୟମରେ ଉତ୍ତେଜନା କମ କରାଯାଇଛି । 

 

  • Tags:

Subscribe

National International State Sports Entertainment