ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର କହିଛନ୍ତି, ଭାନକୁଭରସ୍ଥିତ ଭାରତୀୟ ଦୂତାବାସର ଅଧିକାରୀମାନଙ୍କୁ ନିକଟରେ କାନାଡା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଯେ ସେମାନଙ୍କୁ ଅଡିଓ ଏବଂ ଭିଡିଓ ସର୍ଭେଲାନ୍ସ କରାଯାଉଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି।
ନିକଟରେ ଭାନକୁଭରସ୍ଥିତ ଭାରତୀୟ ଦୂତାବାସର ଅଧିକାରୀମାନଙ୍କୁ କାନାଡା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଯେ ସେମାନଙ୍କ ଅଡିଓ ଏବଂ ଭିଡିଓ ସର୍ଭେଲାନ୍ସ କରାଯାଉଛି ଏବଂ ସେମାନଙ୍କ ବ୍ୟକ୍ତିଗତ ଯୋଗାଯୋଗ ଉପରେ ମଧ୍ୟ ନଜର ରଖାଯାଉଛି।
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ଯେ ଭାରତ ସରକାର ଏହି ପ୍ରସଙ୍ଗରେ ନଭେମ୍ବର ୨, ୨୦୨୪ରେ ନୂଆଦିଲ୍ଲୀସ୍ଥିତ କାନାଡା ହାଇ କମିଶନଙ୍କ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଥିଲେ କାରଣ ଏହି କାର୍ଯ୍ୟ ସମସ୍ତ କୂଟନୈତିକ ବ୍ୟବସ୍ଥାର ଘୋର ଉଲ୍ଲଂଘନ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମକୁ ଦେଇଥିବା ସାପ୍ତାହିକ ବ୍ରିଫିଂରେ ଏହା ମଧ୍ୟ କହିଛନ୍ତି ଯେ ବୈଷୟିକ ଦିଗ ଦର୍ଶାଇ କାନାଡା ସରକାର ହଇରାଣ ଓ ଧମକ ଦେଉଥିବା କଥାକୁ ଯୁକ୍ତିଯୁକ୍ତ କରିପାରିବେ ନାହିଁ। ଆମର କୂଟନୈତିକ ଏବଂ ଦୂତାବାସ କର୍ମଚାରୀମାନେ ଆତଙ୍କବାଦ ଏବଂ ହିଂସାର ପରିବେଶରେ କାର୍ଯ୍ୟ କରୁଛନ୍ତି। କାନାଡା ସରକାରଙ୍କ ଏହି ପଦକ୍ଷେପ ପରିସ୍ଥିତିକୁ ଆହୁରି ଖରାପ କରିଛି ଏବଂ ପ୍ରତିଷ୍ଠିତ କୂଟନୈତିକ ନିୟମ ଏବଂ ଅଭ୍ୟାସ ଅନୁଯାୟୀ ନୁହେଁ।
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ଯେ କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ପ୍ରସଙ୍ଗରେ ଭାରତ ସରକାର ଆମର କୂଟନୈତିକ କର୍ମଚାରୀ ଏବଂ ସମ୍ପତ୍ତିକୁ ସର୍ବଦା ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ସୁନିଶ୍ଚିତ କରିବା ପାଇଁ କାନାଡା ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଯେଉଁମାନେ ଭାରତ ବିରୋଧୀ ଏଜେଣ୍ଡାକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ରାଜନୈତିକ ଆଶ୍ରୟ ଦିଆଯାଉଛି।
ଅଧିକ ପଢ଼ନ୍ତୁ: ୟୁକ୍ରେନ୍ ଉପରକୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ଧମକ