ଇତିହାସ ରଚିଲା SPACE X :ସଫଳ ହେଲା ମିଶନ୍ ଇନସ୍ପିରେସନ୍‌-୪, ମହାକାଶ ଯାତ୍ରା ସାରି ସୁରକ୍ଷିତ ଭାବେ ପୃଥିବୀ ଫେରିଲେ ୪ ସାଧାରଣ ଲୋକ
Khabar Odisha:History-made-SPACE-X-Mission-Inspiration-4-succeeded-4-civilians-returned-to-Earth-safely-after-space-travel

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯ (ଖବର ଓଡିଶା): ଇତିହାସ ରଚିଲା ସ୍ପେସ୍ ଏକ୍ସ । ପୁରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରି ୩ ଦିନ ପୂର୍ବେ ସ୍ପେସ୍ ଏକ୍ସ ଆରମ୍ଭ କରିଥିଲା ମିଶନ୍ ଇନସ୍ପିରେସନ୍‌-୪ । ଏହି ମିଶନରେ ପ୍ରଥମ ଥର ପାଇଁ ୪ ସାଧରଣ ଲୋକଙ୍କୁ ଅନ୍ତରୀକ୍ଷ ପଠାଇଥିଲା ସ୍ପେସ୍ ଏକ୍ସ । ଆଉ ଏହି ମିଶନ ଏବେ ସଫଳ ହୋଇଛି । ମହାକାଶ ଯାତ୍ରା ସାରି ସୁରକ୍ଷିତ ଭାବରେ ପୃଥିବର ଫେରିଛନ୍ତି ୪ ସାଧାରଣ ଲୋକ ।

ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଯାନ ଡ୍ରାଗନ୍ କ୍ୟାପସୁଲ ୩ ଦିନ ଧରି ଅନ୍ତରୀକ୍ଷ ପରିକ୍ରମା କରିବା ପରେ ଶନିବାର ପୃଥିବୀ ପୃଷ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି । ଆମେରିକାର ଫ୍ଲୋରିଡା ଉପକୂଳରେ ଆଣ୍ଟାଲଟିକ୍ ମହାସାଗରେ ଏହି ଡ୍ରାଗନ୍ କ୍ୟାପସୁଲ ଅବତରଣ କରିଛି । 

ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀ ଅନ୍ତରୀକ୍ଷଙ୍କୁ ୪ ଜଣ ସାଧାରଣ ଲୋକଙ୍କୁ ପଠାଇଥିଲା । ତେବେ ପ୍ରଥମ ଥର ପାଇଁ ମହାକାଶକୁ ସାଧାରଣ ଲୋକ ଯାଇ ପୁଣି ସୁରକ୍ଷିତ ଭାବରେ ପୃଥିବୀ ଫେରିବାରେ ଏହା ପ୍ରଥମ ଘଟଣା ।

ବୁଧବାର ରାତିର ଉଠାଣ ପରେ ସ୍ପେସ୍ ଏକ୍ସର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଡ୍ରାଗନ୍ କ୍ୟାପସୁଲ୍ ଏକ ଅସାଧାରଣ ଉଚ୍ଚତାରେ ୩୬୩ ମାଇଲ୍ (୫୮୫ କିମି) ରେ ପହଞ୍ଚିଥିଲା । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ୧୦୦ ମାଇଲ୍ (୧୬୦ କିମି) ଅତିକ୍ରମ କରି ଯାତ୍ରୀମାନେ କ୍ୟାପସୁଲର ଉପର ଭାଗରେ ଯୋଡି ହୋଇଥିବା ଏକ ବଡ ବବଲ ଆକୃତିର ୱିଣ୍ଡୋ ମାଧ୍ୟମରେ ଅନ୍ତରୀକ୍ଷ ପରିଭ୍ରମଣ କରିବା ସହିତ ମହାକାଶରୁ ପୃଥିବୀର ଦୃଶ୍ୟ ଉପଭୋଗ କରିଥିଲେ ।

Inspiration 4 astronauts posing ahead of a mission training.

  • Tags:

Subscribe

National International State Sports Entertainment