ସ୍ବଦେଶ ଫେରିବେ ପାକିସ୍ତାନୀ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ତାଙ୍କ ସ୍ବଦେଶ ଫେରିବା ନେଇ ତାରିଖ ଧାର୍ଯ୍ୟ ହୋଇସାରିଛି । ଅକ୍ଟୋବର ୨୧ ତାରିଖରେ ସେ ପାକିସ୍ତାନ ଫେରିପାରନ୍ତି । ତେବେ ଲଣ୍ଡନରୁ ସ୍ବଦେଶକୁ ଫେରିବା ପରେ ତାଙ୍କ ୪ବର୍ଷର ଆତ୍ମ ନିର୍ବାସନ ଶେଷ ହେବାକୁ ଯାଉଛି । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫ ଚଳିତ ମାସରେ ବ୍ରିଟେନରୁ ପାକିସ୍ତାନ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ନେଇ ବିମାନ ଟିକେଟ ମଧ୍ୟ ବୁକ ହୋଇସାରିଥିବା ସୂଚନା ମିଳିଛି । ସେ ଚଳିତ ମାସ ୨୧ ତାରିଖରେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବିମାନ ଟିକେଟ ବୁକ କରିଛନ୍ତି । ସେ ପ୍ରଥମେ ଲଣ୍ଡନରୁ ଉଡାଣ ଭରି ଆବୁଧାବି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଓହ୍ଲାଇବେ । ଏଠାରୁ ପୁଣି ପାକିସ୍ତାନର ଲାହୋରକୁ ଉଡାଣ ଭରିବେ । ତେବେ ଏହି ସମୟରେ ତାଙ୍କ ସହ ପିଏମଏଲଏନର ଏକାଧିକ ନେତା, ସିନେଟର ଆସିବେ ବୋଲି ସୂଚନା ରହିଛି ।
ସୂଚନା ଅନୁଯାୟୀ, ସେ ଏୟାରଲାଇନ୍ସ EY243 ମାଧ୍ୟମରେ ଆବୁଧାବି ପହଞ୍ଚିବେ । ଏଥିପାଇଁ ଶରିଫଙ୍କ ବିଜନେସ କ୍ଳାସ ଟିକେଟ ପୂର୍ବରୁ ହିଁ ବ୍ଲକ ହୋଇସାରିଛି । ସେ ସନ୍ଧ୍ୟା ପାଖାପାଖୁ ୬.୨୫ ସୁଦ୍ଧା ଲାହୋର ବିମାନ ବନ୍ଦରରେ ଓହ୍ଲାଇବେ । ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ପାଇଁ ପିଏମଏଲ-ଏନ କର୍ମକର୍ତ୍ତାମାନେ ବେଶ ଉତ୍ସାହିତ ଥିବା ଜଣାପଡିଛି । ତାଙ୍କ ପାକିସ୍ତାନ ଫେରିବା ନେଇ ଝିଅ ତଥା ପିଏମଏଲ-ଏନର ବରିଷ୍ଠ ଉପାଧ୍ୟକ୍ଷା ମରିୟମ ନଜ ଏକ ସାଧାରଣ ସଭାରେ ଘୋଷଣା କରିଛନ୍ତି | ବ୍ରିଟେନରେ ରହୁଥିବା ୭୩ ବର୍ଷିୟ ନଜ ଶରିଫ ପାକିସ୍ତାନର ଆଗାମୀ ନିର୍ବାଚନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିପାରନ୍ତି । ଜାନୁୟାରୀ ୨୦୨୪ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହୋଇପାରେ । ଏହି ନିର୍ବାଚନରେ ନିଜ ଦଳର ସକ୍ରିୟ ନେତୃତ୍ବ ନେଇପାରନ୍ତି ପାକିସ୍ତାନ ମୁସଲିମ ଲିଗ୍-ନୱାଜ(ପିଏମଏଲ-ଏନ)ର ସୁପ୍ରିମୋ । ୨୦୨୪ ସାଧାରଣ ନିର୍ବାଚନ ଓ ପାକିସ୍ତାନ ଫେରିବା ନେଇ ନୱାଜ ଶରିଫ ବେଶ୍ ଉତ୍ସାହିତ ଥୁବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ଖେଳଣା ଭାବି ରକେଟ୍ ସେଲ୍ରେ ଖେଳୁଥିବାବେଳେ ବିସ୍ଫୋରଣରେ ୫ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ