ଜୋ ବିଡେନ ଏବଂ ସି ଜିନପିଙ୍ଗ ମଧ୍ୟରେ ଫୋନଯୋଗେ ଆଲୋଚନା, ବିବାଦରୁ ଦୂରେଇ ସମ୍ପର୍କ ଦୃଢ କରିବାକୁ ଗୁରୁତ୍ୱ
Khabar Odisha:Facing-stalemate-in-ties-Biden-and-Chinas-Xi-discuss-avoiding-conflict-in-call

ନୁଆଦିଲ୍ଲୀ, ସେପ୍ଟେମ୍ବର୯ (ଖବର ଓଡ଼ିଶା): ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଦିନ ୯୦ ମିନିଟ ପାଇଁ ଫୋନ୍ ଯୋଗେ କଥା ହୋଇଥିଲେ। ଦଶନ୍ଧି ଧରି ସର୍ବୋଚ୍ଚ ଶକ୍ତି ମଧ୍ୟରେ ଥିବା ସମ୍ପର୍କକୁ ନେଇ ଅସ୍ଥିରତା ଭାଙ୍ଗିପାରିବ କି ନାହିଁ ସେନେଇ ଆମେରିକା ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି ।

ଉଭୟ ପକ୍ଷଙ୍କ ଏହି ଆଲୋଚନା ପରେ ଏକ ବିବୃତ୍ତିରେ ହ୍ୱାଇଟ୍ ହାଉସ କହିଛି ଯେ ବିଡେନ ଏବଂ ଜିନପିଙ୍ଗଙ୍କର ଏକ ବ୍ୟାପକ, ରରଣନୈତିକ ଆଲୋଚନା ହୋଇଛି, ଯେଉଁଠାରେ ଆଗ୍ରହ ଏବଂ ମୂଲ୍ୟବୋଧ ଏକତ୍ର ହୋଇଯାଏ। ଏହି ଆଲୋଚନାରେ ଅର୍ଥନୈତିକ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଏବଂ କରୋନା ମହାମାରୀ ଉପରେ ଗୁରୁତ୍ୱ ଦିଆଯାଇଥିଲା ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ହ୍ୱାଇଟ୍ ହାଉସ ଆହୁରି ମଧ୍ୟ କହିଛି ଯେ ଭାରତ-ପ୍ରଶାନ୍ତ ମହାସାଗରରେ ତଥା ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ଉପରେ ଆମେରିକାର ଚିରସ୍ଥାୟୀ ଆଗ୍ରହକୁ ରାଷ୍ଟ୍ରପତି ବିଡେନ ଦର୍ଶାଇଛନ୍ତି। ଫେବୃଆରୀରେ ବିଡେନ ରାଷ୍ଟ୍ରପତି ହେବା ପରଠାରୁ ଏହା ଉଭୟଙ୍କ ମଧ୍ୟରେ ପ୍ରଥମ ଆଲୋଚନା ।

  • Tags:

Subscribe

National International State Sports Entertainment