ଦାଦା ସାହେବ ଫାଲକେ ଆୱାର୍ଡ: RRR କୁ ‘ଫିଲ୍ମ ଅଫ୍ ଦି ଇୟର’
Khabar Odisha:Dadasaheb-Phalke-International-Film-Festival-Awards-Has-Been-Announced
ଖବର ଓଡିଶା : 21/02/2023

 ଘୋଷଣା ହୋଇଛି ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର । ଫେବ୍ରୁଆରି ୨୦ ତାରିଖ ସୋମବାର ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । 'ଗଙ୍ଗୁବାଇ କାଠିଆଓ୍ୱାଡି' ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ବ୍ରହ୍ମାସ୍ତ୍ର ପାଇଁ ରଣବୀର କପ୍ପୁରଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିଭଳି ଅନୁପମ ଖେର, ରେଖା, ବରୁଣ ଧୱନ, ଋଷବ ସେଟ୍ଟୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । କିମ୍ବଦନ୍ତୀ ଅଭିନେତ୍ରୀ ରେଖାଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ନେଗେଟିଭ ଭୂମିକାରେ ଶ୍ରେଷ୍ଠ ଅଭିନେତା ଭାବେ ଡୁଲକର୍ ସଲମାନ୍ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମୋନି ରୟେଙ୍କୁ ପୁରସ୍କୃତ କରାଯାଇଛି |

Subscribe

National International State Sports Entertainment