ଦୀର୍ଘ ଦିନର ରେକର୍ଡ ଭାଂଗିଛି ଚୀନ୍। ବିଶ୍ୱର ଶୀର୍ଷ କାର୍ ରପ୍ତାନୀ ଦେଶ ଭାବରେ ଜାପାନକୁ ପଛରେ ପକାଇ ଦେଇଛି ଚାଇନା। ଚୀନ୍ ଗୋଟିଏ ବର୍ଷରେ ୫୦ ଲକ୍ଷ କାର୍ ରପ୍ତାନୀ କରିଛି। ଜାନୁଆରୀରେ ଚାଇନା ଆସୋସିଏସନ୍ ଅଫ୍ ଅଟୋମୋବାଇଲ ମ୍ୟାନୁଫାକ୍ଚର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଏହା ଜଣା ପଡିଛି।
ଜାନୁଆରୀ ୩୧ରେ ପ୍ରକାଶ ପାଇଥିବା ଏକ ସରକାରୀ ତଥ୍ୟ ଅନୁସାରେ, ଗତ ବର୍ଷ ଚୀନ ମୋଟ ୪.୯୧ ନିୟୁତ ଅର୍ଥାତା ପାଖାପାଖି ୫୦ ଲକ୍ଷ ଯାନବାହାନ ରପ୍ତାନି କରିଥିବା ବେଳେ ଜାପାନରେ କାର, ବସ୍ ଏବଂ ଟ୍ରକ୍ ପରିବହନ ୧୬% ବୃଦ୍ଧି ପାଇ ୪.୪୨ ମିଲିୟନରେ ପହଞ୍ଚିଛି। ଏଥିପାଇଁ ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାପାନ ଯାନବାହାନ ରପ୍ତାନୀ କ୍ଷେତ୍ରରେ ଶୀର୍ଷ ଦେଶରୁ ବାଦ୍ ପଡିଛି।
ଚୀନ୍ର କଷ୍ଟମ୍ସ ବ୍ୟୁରୋ ରିପୋର୍ଟ ଅନୁସାରେ, ଚୀନରେ ଗତ ବର୍ଷ କାର୍ ରପ୍ତାନୀ ୫୭ ପ୍ରତିଶତ ବୃଦ୍ଧି ପାଇ ୫.୨୨ ନିୟୁତ (୫୨ ଲକ୍ଷ)ରେ ପହଞ୍ଚିଛି। ସେହିପରି ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ କରିଛି ଯେ, ପୂର୍ବରୁ ଚୀନ୍, ଜାପାନ ତୁଳନାରେ ମାସକୁ ଅଧିକ ମଟୋର ଯାନ ରପ୍ତାନୀ କରିଥିବା ରିପୋର୍ଟ ହୋଇଥିଲା, କିନ୍ତୁ ବୁଧବାର ପ୍ରକାଶ ପାଇଥିବା ଡାଟା ଅନୁସାରେ ଚୀନ ମଧ୍ୟ ବାର୍ଷିକ ଅଧିକ କାର୍ ରପ୍ତାନୀରେ ଜାପାନକୁ ଟପିଯାଇଛି।
୨୦୨୨ ମସିହାରେ, ମୋଟରସାଇକେଲକୁ ବାଦ ଦେଇ ଜାପାନରେ ଯାନ ଉତ୍ପାଦନ ୭୦ ଲକ୍ଷରୁ ଅଧିକ ୟୁନିଟ୍ ଥିଲା, କିନ୍ତୁ ବିଦେଶୀ ଦେଶଗୁଡିକରେ ଉତ୍ପାଦନ ପ୍ରାୟ ୧ କୋଟି ୭୦ ଲକ୍ଷ ଥିଲା।
ଅଧିକ ପଢନ୍ତୁ : ଖୋଲିଲା ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡି