ଗତକାଲି ସନ୍ଧ୍ୟାରେ ବାହାନlଗା ଟ୍ରେନ୍ ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି କାନlଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଓ ତାଇୱାନ୍ର ରାଷ୍ଟ୍ରପତି ସିଆ ଇଙ୍ଗ୍-ୱେନଆଜି ।
ଶୋକବ୍ୟକ୍ତ କରି ତାଇୱାନ୍ର ରାଷ୍ଟ୍ରପତି ସିଆ ଇଙ୍ଗ୍-ୱେନ୍ ଟୁଇଟ୍ କରି ଲେଖିଛନ୍ତି: ଭାରତରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆଶା କରୁଛି ଉଦ୍ଧାର ଅଭିଯାନ ସମସ୍ତଙ୍କର ଆବଶ୍ୟକତା ପୂରଣ କରିବ।
ସେହିପରି ଟୁଇଟ୍ କରି କାନlଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଲେଖିଛନ୍ତି: ଭାରତର ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ଫଟୋ ଓ ରିପୋର୍ଟ ମତେ ବ୍ୟଥିତ କରିଛି। ପ୍ରିୟତମମାନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ଅନ୍ତରତମ ସମବେଦନା। ଆହତମାନଙ୍କ କଥା ବି ମୁଁ ଚିନ୍ତା କରୁଛି। ଏହି ଅସୁବିଧା ସମୟରେ କାନଡାବାସୀ ଭାରତବାସୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।
ସେପଟେ ଟୁଇଟ୍ କରି ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି: ଆଜି ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣାଜନିତ ବହୁଯାତ୍ରୀଙ୍କ ଜୀବନହାନି ଯୋଗୁଁ ମୁଁ ମର୍ମାହତ। ଏହି ଦୁଃଖଦାୟକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସରକାର ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।
ସଦ୍ୟତମ ସୂଚନା ଅନୁସାରେ, ବାଲେଶ୍ୱର ବାହାନଗା ଗ୍ରାମ ନିକଟରେ ଘଟିଥିବା ଏହି ରେଳ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଥିବା କଥା ଓଡ଼ିଶା ଅଗ୍ନିଶମ ବିଭାଗ ‘ଡିଜିପି’ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହି ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଞ୍ଚୁଛନ୍ତି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ଟ୍ରେନ ଦୁର୍ଘଟଣା ହେବା ପର ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମବାହିନୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସନ୍ଧାନୀ କୁକୁର ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ମୃତାହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଉଦ୍ଧାର କାର୍ଯ୍ୟ ସରିବାପରେ ଟ୍ରାକ୍ ମରାମତି କରାଯିବ। ଟ୍ରାକ୍ ମରାମତି ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱି ବୈଷ୍ଣବ ସୂଚନା ଦେଇଛଦନ୍ତି। ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।