ଆପଣମାନେ କ'ଣ ଓପନଏଆଇର ମଡେଲ୍ ସୋରା ବିଷୟରେ ଶୁଣିଛନ୍ତି କି ? ଚାଲନ୍ତୁ ଜାଣିବା ସୋରୋ ବିଷୟରେ । ବିଶ୍ୱର ସବୁଠାରୁ ଚର୍ଚିତ ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ ମଡେଲ୍ ବିକାଶ କରିଥିବା ଆମେରିକାର ସଂସ୍ଥା ଓପନଏଆଇ ଆଉ ଏକ ଚମତ୍କାର ମଡେଲ୍ ଉପସ୍ଥାପନ କରିଛି ତାହାର ନାମ ହେଉଛି ସୋରା । ତାହା ଲେଖାରୁ ଭିଡିଓ ତିଆରି କରିବାର କ୍ଷମତା ରଖିଛି । ଲେଖାରୁ କିଭଳି ଚଳମାନ ଚିତ୍ର ପ୍ରସ୍ତୁତ କରାଯାଇପାରିବ ସେଥିପାଇଁ ସୋରା଼କୁ ତାଲିମ ଦିଆଯାଇଛି । ସୋରା ପ୍ରସ୍ତୁତ କରିଥିବା ଏକ ଭିଡିଓକୁ କମ୍ପାନିର ସିଇଓ ସାମ୍ ଅଲ୍ଟମ୍ୟାନ ସାମାଜିକ ଗଣମାଧ୍ୟମ ଏକ୍ସରେ ସେୟାର କରିଛନ୍ତି ।
ଏହାକୁ ନେଇ ଏପନଏଆଇ ପକ୍ଷରୁ କୁହାଯାଇଛି ଯେ, ସୋରା ବିଭିନ୍ନ ଚରିତ୍ର, ଚଳମାନ ବସ୍ତୁ ଓ ପ୍ରଚ୍ଛଦକୁ ନେଇ ଚମତ୍କାର ଭିଡ଼ିଓ ପ୍ରସ୍ତୁତ କରିପାରିବ । ସୋରାକୁ ନେଇ ଇଣ୍ଟରନେଟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସୋରା ଗୋଟିଏ ଭିଡିଓରେ ଏକାଧିକ ସଟ୍ ପ୍ରସ୍ତୁତ କରିପାରୁଛି । ଏହାସହ ସୋରା ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ବାସ୍ତବ ଦୁନିଆର ସ୍ଥିତି ବିଷୟରେ ମଧ୍ୟ ସୂଚିତ କରିପାରିବ । ତେବେ ସୋରାକୁ ସାର୍ବଜନୀନ କରିବା ପୂର୍ବରୁ ସେଥିରେ ବିଭିନ୍ନପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ମିଥ୍ୟା ତଥ୍ୟ ,ଘୃଣା ମୂଷ୍ଟିକାରୀ ତଥ୍ୟ ଆଦିକୁ ଚିହ୍ନଟ କରିବା ଲାଗି ଏହାକୁ ବ୍ୟାପକ ଭାବେ ପରୀକ୍ଷା କରାଯିବ ।
ସୋରାରେ ପ୍ରସ୍ତୁତ ହୋଇଥିବା ଭିଡିଓକୁ ଲୋକମାନେ ଯେଭଳି ସହଜରେ ଜାଣିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ । ଅତ୍ୟଧିକ ହିଂସାତ୍ମକ, ଯୌନ ବିଷୟବସ୍ତୁ ଘୃଣା ସଷ୍ଟିକାରୀ ଛବି ଏବଂ ସେଲିବ୍ରିଟିଙ୍କୁ ଅକଳରେ ପକାଇବା ଭଳି ଭିଡିଓ ଯେଭଳି ସୋରା ସହଜରେ ଚିହ୍ନଟ କରି ପାରିବ ସେଭଳି ବ୍ୟବସ୍ଥା ମଧ୍ୟ କରାଯିବ । ଏହାସହ ଏକ ସ୍ବତନ୍ତ୍ର ବ୍ୟବହାର ନୀତି ରହିବ ଯାହାକୁ ସୋରା କଡ଼ାକଡ଼ି ଭାବେ ପାଳନ କରିବ । ସୋରାକୁ ଯେଉଁଭଳି ସଠିକ୍ ଢଙ୍ଗରେ ବ୍ୟବହାର କରାଯାଇପାରିବ ସେଥିପାଇଁ ଓପନଏଆଇ ପକ୍ଷରୁ ନୀତି ନିର୍ଧାରକ, ଶିକ୍ଷାବିତ ଓ କଳାକାରମାନଙ୍କ ସହ ମିଶି କାମ କରାଯାଉଛି ।