ବଞ୍ଚିଛି ଅଲ-କାଏଦା ମୁଖ୍ୟ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ୯/୧୧ ଆକ୍ରମଣର ବାର୍ଷିକୀରେ ସଂଗଠନ ଜାରି କଲା ଭିଡିଓ ବାର୍ତ୍ତା
Khabar Odisha:Al-Qaedas-leader-rumored-dead-appears-in-video-for-911-anniversary

ନୁଆଦିଲ୍ଲୀ, ସେପ୍ଟେମ୍ବର୧୨ (ଖବର ଓଡ଼ିଶା): ଅଲ-କାଏଦା ମୁଖ୍ୟଙ୍କର ମୃତ୍ୟୁ ହୋଇଥିବା ଗୁଜବ ପରେ ଗତକାଲି ଏହାର ମୁଖ୍ୟ ଆୟମାନ ଅଲ-ଜାୱାହିରି ୯/୧୧ ଆକ୍ରମଣର ୨୦ ତମ ବାର୍ଷିକୀରେ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ତେବେ ଶନିବାର ରିଲିଜ୍ ହୋଇଥିବା ଏହି ଭିଡିଓରେ ଅଲ-ଜାୱାହରୀ ତାଲିବାନର ଆଫଗାନିସ୍ତାନ ଦଖଲ କରିବା ଏବଂ ସରକାର ଗଠନ କରିବା ବିଷୟରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । 

ଅଲ-ଜାୱାହିରୀଙ୍କ ମୃତ୍ୟୁର ଗୁଜବ ପ୍ରତି କିଛି ବର୍ଷ ଧରି ଖବର ପ୍ରଶାରିତ ହେଉଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଓସାମା ବିନ୍ ଲାଡେନଙ୍କ ମୃତ୍ୟୁ ପରେ ଅଲ-କାଏଦା ସଂଗଠନର ମୁଖ୍ୟ ହୋଇଥିଲେ ଅଲ-ଜାୱାହିରୀ ।

୨୦ ବର୍ଷ ପୂର୍ବେ ଆମେରିକାକୁ ଆକ୍ରମଣ କରିବା ପାଇଁ ଆଫଗାନିସ୍ତାନକୁ ଏକ ଷ୍ଟେଜ୍ ବେସ୍ ଭାବରେ ବ୍ୟବହାର କରିଥିବା ଉଗ୍ରବାଦୀ ଦଳ ତାଲିବାନ କ୍ଷମତାକୁ ପେରିବା ଏବଂ ଆମେରିକୀୟ ପ୍ରତ୍ୟାହାର ପରେ ସେଠାରେ ପୁନଃ ସଂଗଠନ ସଦୃଢ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଗୁରୁବାର ଚେତାବନୀ ଦେଇଛନ୍ତି।

  • Tags:

Subscribe

National International State Sports Entertainment