ନୂଆଦିଲ୍ଲୀ: ଥାଇଲାଣ୍ଡ ରାଜଧାନୀ ବ୍ୟାଂକକ୍ ର ଏକ ବିଦ୍ୟାଳୟ ପରିସରରେ ଭୟାବହ ଗୁଳିକାଣ୍ଡ ହୋଇଛି । ଜଣେ ନବମ ଶ୍ରେଣୀ ନାବାଳକ ଛାତ୍ରର ଗୁଳିମାଡ଼ରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ନିଜକୁ ମଧ୍ୟ ଗୁଳି କରିଛନ୍ତି । ଏହା ସହିତ ୧୫ ଜଣ ଆହତ ହୋଇଛନ୍ତି ।
ସ୍ଥାନୀୟ ପୁଲିସ ସୂଚନା ଆଧାର, ଶୁକ୍ରବାର ସକାଳେ ବ୍ୟାଙ୍ଗ୍ କ୍ର୍ୟୁ ଜିଲ୍ଲାର ଡେବ୍ସିରିନ୍ ନନ୍ଥାବୁରୀ ବିଦ୍ୟାଳୟର ଛାତ୍ର ଜଣକଙ୍କ ପ୍ରଥମେ ଘରେ ତାର ଜେଜେ ମା ଏବଂ ଜେଜେ ବାପାଙ୍କୁ ଗୁଳି କରିବା ପରେ ବିଦ୍ୟାଳୟକୁ ଆସିଥିଲା । ସେଠାରେ ଅତର୍କିତ ଆଖିବୁଜା ଗୁଳି ଚାଳନା କରିଥିଲା । ଜଣେ ଶିକ୍ଷକଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି । ସେପଟେ ଘରୁ ଜେଜେ ବାପା ଏବଂ ଜେଜେମାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାବାଳକଟି ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଛାତ୍ର ବୟସ ୧୪ ବର୍ଷ ହେବ ବୋଲି ଜଣାପଡ଼ିଛି ।
ଉକ୍ତ ବିଦ୍ୟାଳୟରେ ୩୧୦୦ ଛାତ୍ର ପଢ଼ୁଥିବାବେଳେ ୧୪୭ ଶିକ୍ଷକ କାର୍ଯ୍ୟରତ ଅଛନ୍ତି ।