ଆଖିବୁଜା ଗୁଳିମାଡରେ ଚାଲିଗଲା ୪୦ ନିରୀହ ଜୀବନ। ତେବେ ଏଭଳି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ନାଇଜେରିଆର ଏକ ଗାଁରେ। କିଛି ଦୁର୍ବୁତ୍ତ ଗାଁରେ ପଶି ଆଖିବୁଜା ଗୁଳିମାଡ କରିବା ସହିତ ଗାଁର ଅଧିକାଂଶ ଘରେ ନିଆଁ ଲଗାଇଦେଇଥିଲେ। ତେବେ ପୋଲିସର ଗୁଳିରେ ୭ ବନ୍ଧୁକଧାରୀ ନିହତ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ନାଇଜେରିଆର ଏକ ଗାଁରେ ହଠାତ କିଛି ଦୁର୍ବୁତ୍ତ ପଶି ଆସି ଆଖିବୁଜା ଗୁଳିମାଡ କରିଥିଲେ। ତେବେ ଏହି ଆଖିବୁଜା ଗୁଳିମାଡରେ ୪୦ଜଣଙ୍କର ମୃତ୍ୟୁ ହୋଇଛି। ଏପରିକି ଗାଁରେ ଥିବା ଅଧିକାଂଶ ଘରେ ନିଆଁ ଲଗାଇଦେଇଥିଲେ। ଏହାସହିତ ସେଠାରେ ଦୁର୍ବୁତ୍ତମାନେ ଦଙ୍ଗା କରିବା ମଧ୍ୟ ଆରମ୍ଭ କରିଦେଇଥିଲେ। ପରେ ଖବରପାଇ ନାଇଜେରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୭ ବନ୍ଧୁକଧାରୀ ଉପରେ ଗୁଳି ବିନିମୟ କରିଥିଲେ। ପୋଲିସର ଗୁଳିରେ ୭ ବନ୍ଧୁକଧାରୀ ନିହତ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାକୁ ଶୋକ ପ୍ରକାଶ କରିଛି ନାଇଜେରିଆ ରାଷ୍ଟ୍ରପତି ଏହାସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।