ଯେରୁଶେଲମ: ଗାଜା ଉପତ୍ୟକାର ସବୁଠାରୁ ବଡ଼ ସହର ଗାଜା ସିଟିରେ ଶନିବାର ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଇସ୍ରାଏଲ ୧୪ ଜଣଙ୍କୁ ନିହତ କରିଛି। ଏହି ଆକ୍ରମଣରେ ଗୋଟିଏ ଘରେ ରହୁଥିବା ୩ ଜଣ ମହିଳା ଓ ୪ ଜଣ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ଆକ୍ରମଣରେ ଖାନ୍ ୟୁନିସ୍ର ତମ୍ବୁରେ ରହୁଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି।
ଇସ୍ରାଏଲ ସେନା କହିଛି ଯେ ସେମାନେ ହମାସ ଲଢୁଆମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଜାରେ ୫,୬୦,୦ ପିଲାଙ୍କୁ ପୋଲିଓ ଟିକାର ପ୍ରଥମ ଡୋଜ୍ ଦେବାରେ ସଫଳ ହୋଇଛି।
ସେପ୍ଟେମ୍ବର ୬ ତାରିଖରେ ପଶ୍ଚିମ ତଟରେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ତୁରି-ଆମେରିକୀୟ ନାଗରିକ ଆଇସେନୁରଙ୍କ ମୃତଦେହ ଶନିବାର ତୁର୍କିଏର ଦିଦିମ ସହରରେ ପହଞ୍ଚିଥିଲା, ଯେଉଁଠାରେ ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଇସ୍ରାଏଲର ବେଆଇନ ଦଖଲକୁ ବିରୋଧ କରିବା ପାଇଁ ଆଇସେନୁର ପଶ୍ଚିମ କୂଳକୁ ଆସିଥିଲେ।
ଅଧିକ ପଢ଼ନ୍ତୁ: ମଙ୍କିପକ୍ସ ମୁକାବିଲାକୁ ନେଇ ଆସିଲା ବଡ଼ ଖବର