ମୁଖ୍ୟମନ୍ତ୍ରିଙ୍କ ଜିଲ୍ଲାରେ ଜନନୀ ଜନ୍ତ୍ରଣା । ଖଟିଆରେ ବୁହା ହେଲେ ଗର୍ଭବତି
Khabar Odisha:pregnant-women-suffer-to-reach-medical-on-time-due-to-lack-of-road-conectivity

 ମୁଖ୍ୟମନ୍ତ୍ରିଙ୍କ ଜିଲ୍ଲାରେ ଜନନୀ ଜନ୍ତ୍ରଣା । ଖଟିଅରେ ବୁହା ହେଲେ ଗର୍ଭବତି

ଭୁବନେଶ୍ୱର,୪ଏପ୍ରିଲ(ଖବର ଓଡିଶା); ଗାଁକୁ ନାହିଁ ରାସ୍ତା ପହଂଞ୍ଚି ପାରିଲାନି ଆମ୍ବୁଲାନ୍ସ ଶେସରେ ଖଟିଅରେ ବୁହାହେଲେ ଗର୍ଭବତି ମହିଳା । ଏଭଳି ଅବାବନିୟ ଘଟଣା ସାମ୍ନାକୁ ଆସିଛି ଖୋଦ ମୁଖ୍ୟମନ୍ତ୍ରିଙ୍କ ଜିଲ୍ଲାରୁ । ସାନଖେମୁଣ୍ଡି ବ୍ଲକ ଟି ଗୋବିନ୍ଦପୁର ଅଞ୍ଚଳର ଦ୍ୱିତ୍ୱୀୟ ଗୁଣ୍ଡୁରିଗୁଡା ଗାଁର ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ମୀରାବତୀଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ତେବେ ଗାଁକୁ ରାସ୍ତା ନଥିବାରୁ ଗାାଂକୁ ଆମ୍ବୁଲାନ୍ସ ଆସିପାରି ନଥିଲା । ଏହାପରେ ଉପାୟଶୁନ୍ୟ ଗାଁର କିଛି ଯୁବକ ଏକ ଷ୍ଟେଚରରେ ଗର୍ଭବତି ମହିଳାଙ୍କୁ ଦିର୍ଗ ଦୁଇ କିଲୋମିଟର ବାଟ ବୋହି ଆଣି ତପ୍ତପାଣି ଘାଟି ନିକଟରେ ଥିବା ଅମ୍ବୁଲାନ୍ସ ନିକଟରେ ପହଂଞ୍ଚି ଥିଲେ । 

ସେଠାରୁ ଗର୍ଭବତି ମହିଳାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡେଙ୍ଗା ଓସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍‌ପିଟାଲରେ ମହିଳା ଓ ନବଜାତ ଶିଶୁ ଊଭୟେ ସୁରକ୍ଷିତ ଅଛନ୍ତି । ଏହି ବଳି ଅବ୍ୟବସ୍ତା ଭିତରେ ଲୋକମାନେ ବସବାସ କରୁଥିବା ବେଳେ ସରକାରଙ୍କ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ ସାଦାରଣ ଲୋକଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment