ଖବର ଓଡିଶା : 07/03/2023:
ଦେଶରେ ବ୍ୟାପୁଛି ଏଚ୩ଏନ୨ ଭୂତାଣୁ । ପଶ୍ଚିମବଙ୍ଗ,ମହାରାଷ୍ଟ୍ର, କର୍ଣ୍ଣାଟକ ସମେତ ଅନେକ ରାଜ୍ୟରେ ଏହି ‘ଇନଫ୍ଲ୍ୟୁଏଞ୍ଜା ଏ’ର ସବ୍ ଭ୍ୟାରିଆଣ୍ଟ ଏଚ୩ଏନ୍-୨ ଭୂତାଣୁରେ ଲୋକେ ପୀଡିତ ହେବା ସହ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହି ଏଚ୩ଏନ୍-୨‘ଇନଫ୍ଲ୍ୟୁଏଞ୍ଜା ରେ ପୀଡିତ ହେଉଥିବା ଲୋକଙ୍କ ଠାରେ ଥଣ୍ଡା, କାଶ, ଜ୍ୱର, ଗଳାରେ କଫ ଜମିବା, ଦେହ ଦରଜ ଭଳି ରୋଗର ଲକ୍ଷଣ ଦେଖିବାକୁ ମିଳୁଛି । କିନ୍ତୁ ସାଧାରଣ ଥଣ୍ଡା, କାଶ, ଜ୍ୱର ଅପେକ୍ଷା ଏହା ଅଧିକ ସମୟ ଧରି ଶରୀରର ରହୁଛି । ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ‘ଇନଫ୍ଲ୍ୟୁଏଞ୍ଜା-ଏ’ର ଅନ୍ୟ ସବ୍ ଭ୍ୟାରିଆଣ୍ଟ ଅପେକ୍ଷା ଏଚ୍୩ଏନ୍-୨ ସବ ଭ୍ୟାରିଆଣ୍ଟରେ ଲୋକେ ଅଧିକ ଆକ୍ରନ୍ତ ହେଉଥିବା ଦେଖି ବାକୁ ମିଳିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ପକ୍ଷରୁ ଏନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ଏଚ୩ଏନ୍୨ ଫ୍ଲ୍ୟୁ ବ୍ୟାପୁଥିବାରୁ ଅଧିକ ଲୋକେ ହସ୍ପିଟାଲରେ ଭର୍ତ୍ତି ହେବେ ବୋଲି ଆଇସିଏମଆର ପକ୍ଷରୁ ଆକଳନ କୁହାଯାଇଛି । ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଏଚ୩ଏନ୍୨ ଭୂତାଣୁରେ ପ୍ରତି ବର୍ଷ ଏହି ସମୟରେ ଲୋକେ ପୀଡିତ ହୁଅନ୍ତି । କିନ୍ତୁ ଏହି ଭୁତାଣୁ ଏବେ ବ୍ୟାପିବାରେ ଲାଗିଛି । କରୋନା ମହାମାରୀ ପୂର୍ବରୁ ଏଚ୧ଏନ୍୧ ଭାଇରସ ଦେଖିବାକୁ ମିଳିଥିଲା । ଯାହାକୁ ସ୍ୱାଇନ୍ ଫ୍ଲ୍ୟୁ ବୋଲି କୁହାଯାଏ । ଏବେ ଏଚ୩ଏନ୍୨ ଭୂତାଣୁ ବ୍ୟାପୁଛି । ଏହା ସାଧାରଣ ଇନଫ୍ଲ୍ୟୁଏଞ୍ଜା ଅର୍ଥାତ୍ ସାଧାରଣ ଥଣ୍ଡା, ଜ୍ୱର, କାଶ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ । କୋଭିଡ ଭଳି ଏହି ରୋଗ ବ୍ୟାପୁଥିବାରୁ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ବଜାୟୀ ରଖିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଗୁଲେରିଆ । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ବଡ଼ ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । କେବଳ ଏତିକି ନୁହେଁ ଏହି ଭାଇରସର ମ୍ୟୁଟେନସ ବାରମ୍ବାର ହେଉଥିବାରୁ ଏହା ପ୍ରତି ଶରୀରର ପ୍ରତିରୋଧଶ ଶକ୍ତି କମି ଯାଉଥିବାର ଜଣାପଡ଼ିଛି । ଆଗରୁ ଡାଇବେଟିସ୍, ରକ୍ତଚାପ ପରି ରୋଗରେ ପୀଡ଼ିତଙ୍କ ପ୍ରତି ଏହି ଭାଇରସ୍ ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।