ମୂଷାମଳ ପାଇଁ ୫.୧୪ କୋଟିର ଜରିମାନା
Khabar Odisha:The-court-has-been-charged-514-crore-penalty-to-MacDonald-store-for-disproper-unhealthy-environment
ଖବର ଓଡ଼ିଶା:07/05/2022:

ଲଣ୍ଡନ ସ୍ଥିତ ମ୍ୟାକଡୋନାଲ୍ଡର ଏକ ଷ୍ଟୋରରେ ଜଣେ ଗ୍ରାହକଙ୍କ ଚିଜ୍‌ବର୍ଗରରୁ ମୂଷାର ମଳ ପଡ଼ିଥିବା ଘଟଣା ଏବଂ ରେଷ୍ଟୋରାଣ୍ଟର ପରିବେଶ ଭଲ ନଥିବାରୁ ଅଦାଲତ ମ୍ୟାକଡୋନାଲ୍ଡର ଷ୍ଟୋର ଉପରେ ୫.୧୪ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି।

ସୂଚନା ଅନୁସାରେ ଦୋକାନରୁ ବର୍ଗର ନେଇ ଖାଇବା ସମୟରେ ଜଣେ ଗ୍ରାହକ ଜାଣିବାକୁ ପାଇଥିଲେ ଯେ ଖାଦ୍ୟ ଖୋଳ ଭିତରେ ମୂଷାର ମଳ ରହିଛି। ଏହାପରେ ଗ୍ରାହକ ଜଣକ ଏକ ଅଭିଯୋଗ କରିବା ପରେ ସ୍ବାସ୍ଥ୍ୟ ଅଧିକାରୀମାନେ ସେହି ରେଷ୍ଟୋରାଣ୍ଟର ତଦନ୍ତ କରିଥିଲେ | ତଦନ୍ତ ପରେ ରେଷ୍ଟୋରାଣ୍ଟର ପରିବେଶ କଦର୍ଯ୍ୟ ଅବସ୍ଥାରେ ରହିଥିବା ଜଣାପଡିଥିଲା । ତଦନ୍ତ ସମୟରେ ସେଠାରୁ ମଲାମୂଷାର ଶରୀର ଆଦି ମିଳିଥିଲା। ଏପରିକି ଖାଦ୍ୟ ରଖାଯାଉଥିବା ଏବଂ ପ୍ରସ୍ତୁତ କରାଯାଉଥିବା ସ୍ଥାନର ମଧ୍ୟ ପରିବେଶ ଠିକ୍‌ ନଥିବା ନେଇ ସ୍ଵ|ସ୍ଥ୍ୟ ଅଧିକାରୀମାନେ ଦେଖିବାକୁ ପାଇଥିଲେ । ‌ତେଣୁ ଶେଷରେ ଷ୍ଟୋରକୁ ଅଦାଲତକୁ ଟଣାଯାଇଥିଲା ଓ  ଅଦାଲତର ନିଷ୍ପତି କ୍ରମେ ଷ୍ଟୋରରୁ ୫.୧୪ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ  ଜାରି କରାଯାଇଛି ।

Subscribe

National International State Sports Entertainment