ଆନଜାଇଟି ଅର୍ଥାତ୍ ହଠାତ୍ ଛାତି ଧଡ଼ଧଡ଼ ହେବା, ନିଶ୍ୱାସ ପ୍ରଶ୍ୱାସ ଫୁଲିବା, ଅସ୍ଥିରତା, ଭୟ ଅନୁଭବ ହେବା, ଝାଳ ବୋହିବା, ଶୋଇବାରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଯିବା। ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ, ନଚେତ୍ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ବିଶେଷ କରି ରାତିରେ ଭଲ ନିଦ ହେବା ଅତ୍ୟନ୍ତ ଜରୁରୀ। ଅନେକ ସମୟରେ ଷ୍ଟ୍ରେସ୍ ବଢ଼ିବା କିମ୍ବା ବହୁତ ଅଧିକ କ୍ଲାନ୍ତି ଯୋଗୁଁ ମଧ୍ୟ ରାତିରେ ନିଦ ଆସେ ନାହିଁ କିମ୍ବା ଶୋଇଥିବା ଅବସ୍ଥାରେ ବାରମ୍ବାର ଆଖି ଖୋଲିଯାଏ। ଏପରି ପରିସ୍ଥିତିରେ କିଛି ସହଜ ଘରୋଇ ଉପଚାର ମଧ୍ୟ ଆରାମ ଦେବାରେ କାର୍ଯ୍ୟକାରୀ ହୋଇପାରେ। ଯଦି ଲକ୍ଷଣ ସବୁବେଳେ ରହେ, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍। ବର୍ତ୍ତମାନ ପାଇଁ ଯଦି କେବେ କେବେ ଆପଣଙ୍କୁ ଏମିତି ଅନୁଭବ ହେଉଛି, ତେବେ ଏଠାରେ କୁହାଯାଇଥିବା ଉପାୟ ଆପଣଙ୍କୁ ରିଲିଫ୍ ଦେଇପାରେ।
ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ଶ୍ୱେତା ଶାହା ଆନଜାଇଟି ଏବଂ ରାତିରେ ନିଦ ନ ଆସିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ପ୍ରାକୃତିକ ଉପାୟ କହିଛନ୍ତି, ଯାହାକୁ ଶୋଇବା ପୂର୍ବରୁ ଆପଣ ମଧ୍ୟ ଟ୍ରାଏ କରିପାରିବେ। ଏଥିରେ ଆପଣଙ୍କୁ ଏକ ଲେପ ପ୍ରସ୍ତୁତ କରିବାକୁ ହେବ ଏବଂ ତାହାକୁ ଲଗାଇବାକୁ ହେବ। ତେବେ ଚାଲନ୍ତୁ ଜାଣିବା ଏହି ଉପଚାର ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ବ୍ୟବହାର କରିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରଣାଳୀ।
ଲେପ ପାଇଁ ଆପଣଙ୍କୁ କ’ଣ ଦରକାର?
ଲେପ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ମାତ୍ର ୨ଟି ଜିନିଷ ଦରକାର। ଚନ୍ଦନାଦି ତେଲ ଏବଂ ଗାଈର ଶୁଦ୍ଧ ଘିଅ। ଏହି ଦୁଇଟି ଜିନିଷକୁ ଆପଣ ଥରେ ମଗାଇ ରଖିପାରିବେ ଏବଂ ତା’ପରେ ଏହି ଉପଚାରକୁ ଆପଣଙ୍କର ଦୈନିକ ନାଇଟ୍ ରିଚୁଆଲରେ ସାମିଲ କରିପାରିବେ।
ଲେପ ପ୍ରସ୍ତୁତ କରିବା ଏବଂ ଲଗାଇବା ପ୍ରଣାଳୀ
ଚନ୍ଦନାଦି ତେଲ ଏବଂ ଗାଈ ଘିଅକୁ ମିଶାଇ ଦିଅନ୍ତୁ ଏବଂ ଭଲ ଭାବରେ ଫେଣ୍ଟନ୍ତୁ। ଏହା ପରେ ଆପଣଙ୍କୁ ପାଦର ତଳପାର୍ଶ୍ୱରେ ଏଥିରେ ମାଲିସ୍ କରିବାକୁ ହେବ। ଏଥିପାଇଁ ଆପଣ କଂସା ପାତ୍ର ବ୍ୟବହାର କରନ୍ତୁ। ଯାହା ସାହାଯ୍ୟରେ ଆପଣ ମସାଜ କରିପାରିବେ । ଯାହା ଯନ୍ତ୍ରଣାରୁ ମୁକ୍ତି ଦେବା ଠାରୁ ଆରମ୍ଭ କରି ଶରୀରରୁ ଟକ୍ସିନ୍ ବାହାର କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ପାଖରେ କଂସା ପାତ୍ର ନାହିଁ, ତେବେ ହାତରେ ହିଁ ମସାଜ କରିପାରିବେ।
ଏହା ମଧ୍ୟ ନିଶ୍ଚୟ କରନ୍ତୁ
ପାଦ ତଳେ ମସାଜ କରିବା ସହିତ ଆପଣ ନିଜ ହାତର ଆଙ୍ଗୁଠିଗୁଡ଼ିକୁ ମଧ୍ୟ ଧୀରେ ଧୀରେ ଚିପନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବହୁତ ରିଲିଫ୍ ମିଳିଥାଏ। ଆପଣ ପ୍ରତିଦିନ ଏହି ସହଜ ଉପାୟକୁ ରାତିରେ ଶୋଇବା ପୂର୍ବରୁ କରନ୍ତି, ତେବେ ବହୁତ ଭଲ ଫଳାଫଳ ଦେଖିବାକୁ ମିଳିପାରେ। ଏହା ଦ୍ୱାରା ନିଦ ମଧ୍ୟ ଭଲ ଆସିବ ଏବଂ ଆପଣ ଷ୍ଟ୍ରେସ୍ ଫ୍ରି ମଧ୍ୟ ଅନୁଭବ କରିବେ।
ଏହା ଦ୍ୱାରା ମଧ୍ୟ ଆରାମ ମିଳିଥାଏ
• ଯଦି ରାତିରେ ନିଦ ନ ଆସିବା ସମସ୍ୟା ରହୁଛି, ତେବେ ନିଜର ଜୀବନଶୈଳୀରେ (Lifestyle) ସୁଧାର ଆଣନ୍ତୁ।
• ପ୍ରତିଦିନ କିଛି ସମୟ ବ୍ୟାୟାମ କିମ୍ବା ଯୋଗ ପାଇଁ ସମୟ ବାହାର କରନ୍ତୁ। ପ୍ରାଣାୟାମ ଷ୍ଟ୍ରେସରୁ ଆରାମ ଦେଇଥାଏ।
• ଖାଦ୍ୟ ପୋଷକ ତତ୍ତ୍ୱରେ ଭରପୂର ଖାଆନ୍ତୁ, ନ୍ୟୁଟ୍ରିଏଣ୍ଟ୍ସର ଅଭାବରୁ ମଧ୍ୟ ନିଦରେ ବ୍ୟାଘାତ ସୃଷ୍ଟି ହୋଇପାରେ।
• ରାତିରେ ୭ରୁ ୮ଟା ମଧ୍ୟରେ ଖାଦ୍ୟ ଖାଇ ଦିଅନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେ ହାଲୁକା ଖାଦ୍ୟ ଖାଆନ୍ତୁ ଯେପରି ସହଜରେ ହଜମ ହୋଇଯିବ।
• ରାତ୍ରି ଭୋଜନ ପରେ ଅତି କମରେ ୨୦ ମିନିଟ୍ ଚାଲନ୍ତୁ। ଏହା ଦ୍ୱାରା ନିଦରେ ସୁଧାର ଆସେ।
• ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧାନ୍ତୁ କିମ୍ବା ପାଦକୁ କିଛି ସମୟ ଉଷୁମ ପାଣିରେ ବୁଡ଼ାଇ ରଖନ୍ତୁ।
• ଏହା ବ୍ୟତୀତ ଶୋଇବାର ୨ ଘଣ୍ଟା ପୂର୍ବରୁ ଯେକୌଣସି ପ୍ରକାର ସ୍କ୍ରିନ୍ (ମୋବାଇଲ/ଟିଭି) ଠାରୁ ଦୂରେଇ ରୁହନ୍ତୁ।
• ରାତିରେ କ୍ୟାଫିନ୍ ଯୁକ୍ତ ଜିନିଷ ଖାଆନ୍ତୁ ନାହିଁ, ଯେପରିକି ଚା’ କିମ୍ବା କଫି।