ନୂଆଦିଲ୍ଲୀ, ଅକ୍ଟୋବର ୩(ଖବର ଓଡ଼ିଶା): ତୃତୀୟ ଲହର ଭୟ ମଧ୍ୟରେ ପିଲାଙ୍କ ଟିକାକରଣକୁ ନେଇ ସବୁଠାରୁ ଅଧିକ ଚିନ୍ତା ବଢିଛି । ଏଭଳି ସ୍ଥିତିରେ ଭାରତ ବାୟୋଟେକ୍ ୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଟିକା ପ୍ରସ୍ତୁତ କରିଥିବା ବେଳେ ଏବେ ଏହା ଅନୁମତି ଅପେକ୍ଷାରେ ରହିଛି ।
ମାତ୍ର ଏହି ଟିକାକୁ ଖୁବ୍ ଶୀଘ୍ର ଭାରତ ସରକାରଙ୍କ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି ଯାହାପରେ ଦେଶରେ ୨ରୁ ୧୮ ବର୍ଷ ପିଲାମାନଙ୍କ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରିବ ।
ତେବେ ଗତ କାଲି ଭାରତ ବାୟୋଟେକ୍ ପକ୍ଷରୁ ଟିକା ପ୍ରସ୍ତୁତି ଓ କ୍ଲିନିକାଲ ଟ୍ରାଏଲକୁ ନେଇ ସମସ୍ତ ଦସ୍ତାବିଜ୍ ଡିଜିସିଆଇ ନିକଟରେ ଦାଖଲ କରାଯାଇଛି । ଏହି ମାସ ଶେଷ ସୁଦ୍ଧା ଏହି ଟିକାକୁ ଡିଜିସିଆଇର ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି ।