ରାଜ୍ୟରେ ଅବହେଳିତ ହେଉଛି ଶିଶୁ ଚିକିତ୍ସା । ଶିଶୁ ହୃଦ୍ରୋଗୀଙ୍କ ପାଇଁ ନାହିଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା। ଏପରିକି ରାଜ୍ୟରେ ଶିଶୁ ମାନଙ୍କ ପାଇଁ ଥିବା ଏକମାତ୍ର ସ୍ବତନ୍ତ୍ର ସରକାରୀ ଚିକିତ୍ସାଳୟ ଶିଶୁଭବନ ଅଥବା ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ବି ଏ ଚିକିତ୍ସା ସୁବିଧା ଆଜି ଯାଏ ହୋଇପାରିଲା ନାହିଁ। ଶିଶୁମାନଙ୍କ ଚିକିତ୍ସା କାରରିଅଵା ପାଇଁ ପରିବାର ଲୋକେ ଅନ୍ୟ ରାଜ୍ୟକୁ ନିର୍ଭର କରୁଛନ୍ତି । ଏଭଳି ସ୍ଥିତିରେ ଶିଶୁ ହୃଦ୍ରୋଗୀଙ୍କୁ ମୁମ୍ବାଇ, ଅହମଦାବାଦ୍, ପଶ୍ଚିମବଙ୍ଗର ବିଭିନ୍ନ ହସ୍ପିଟାଲ ଯିବାକୁ ପଡୁଛି। ଯଦି ଶିଶୁ ହୃଦରୋଗୀଙ୍କ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ପଠାଇ ରାଜ୍ୟ ସରକାର ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରୁଛନ୍ତି । ତେବେ ଏହି ବ୍ୟବସ୍ଥାକୁ ରାଜ୍ୟରେ ଏଯାଏ କାହିଁକି କରାଯାଉନି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ସମୟରେ ଶିଶୁ ହୃଦରୋଗୀଙ୍କ ସଂଖ୍ୟା ବଢିଚାଲିଛି । ଶିଶୁଭବନରେ ସ୍ବତନ୍ତ୍ର ହୃଦ୍ରୋଗ ବିଭାଗ ଖୋଲି ପାରି ନଥିବାରୁ ଶିଶୁ ହୃଦ୍ରୋଗୀମାନେ ପ୍ରଥମେ କଟକ ବଡ ଡାକ୍ତରଖାନାକୁ ଆସୁଛନ୍ତି। କିନ୍ତୁ ଏସ୍ସିବିରେ ଶିଶୁ ହୃଦ୍ରୋଗୀଙ୍କ ସ୍ବତନ୍ତ୍ର ଚିକିତ୍ସା ଅଥବା ଜଟିଳ ଅସ୍ତ୍ରୋପଚାର ନେଇ କୌଣସି ବ୍ୟବସ୍ଥା ନାହିଁ। ଶିଶୁ ହୃଦରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ରାଜ୍ୟରେ ନହୋଇ ପାରିବା ଘଟଣା ଚିକିତ୍ସା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଉଛି। ଓଡ଼ିଶାରେ ଶିଶୁ ଚିକିତ୍ସାର ଏଭଳି ବିକଳ ଚିତ୍ରକୁ ନେଇ ସାଧାରଣଲୋକେ ଶିଶୁ ଚିକିତ୍ସା ପାଇଁ ପଦକ୍ଷେପ ନେବାପାଇଁ ଦାବି କରୁଛନ୍ତି ।
ଅଧିକ ପଢନ୍ତୁ :ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ