ଉପର ମୁଁହା ଦେଶର କରୋନା ମିଟର : ୨୪ ଘଣ୍ଟାରେ ୧୨ ହଜାର ୧୯୩ ଆକ୍ରାନ୍ତ ଚିହ୍ନଟ
Khabar Odisha:12193-fresh-Covid-19-cases-were-also-reported-in-India-in-a-span-of-24-hours
ଖବର ଓଡିଶା : 22/04/2023

ଉପର ମୁଁହା ଦେଶର କରୋନା ମିଟର l ୨୪ ଘଣ୍ଟାରେ ଦେଶରେ ୧୨,୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ୨୪ଘଣ୍ଟାରେ ୧୦ ହଜାର ୭୬୫ ଜଣ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨,୧୯୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୮୧,୮୭୭ରେ ପହଞ୍ଚିଛି। ସେହିଭଳି ୪୨ଟି ମୃତ୍ୟୁ ରିପୋର୍ଟ ମିଶାଯିବା ପରେ ଦେଶରେ ବର୍ତମାନ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୩୧,୩୦୦କୁ ବୃଦ୍ଧି ପାଇଛି। ବର୍ତମାନ ସୁଦ୍ଧା ୪,୪୨,୮୩,୦୨୧ଜଣ କରୋନା ରୁ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୫୫୬କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ଯାହାକି ଦେଶର ସମୁଦାୟ ସଂକ୍ରମଣର ୦.୧୫% ।

ସେପଟେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୯ଟି ନୂଆ ମାମଲା ଚିହ୍ନଟ ହୋଇଛି l କରୋନା ସଂକ୍ରମଣର ୪୮୯ଟି ନୂଆ ରୋଗ ଚିହ୍ନଟ ହେବା ପରେ ଓଡିଶାରେ ମୋଟ ସକ୍ରିୟ ମାମଲା ବର୍ତ୍ତମାନ ୨୬୯୭ ରେ ପହଞ୍ଚିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଜଣ ରୋଗୀ କରୋନା ରୁ ସୁସ୍ଥ ହୋଇଛନ୍ତି ।

Subscribe

National International State Sports Entertainment