୫୪ବର୍ଷ ବୟସରେ “ଇନ୍ଦୁ ଦାଦୀ”ଙ୍କ ପରଲୋକ
Khabar Odisha:zarina-roshan-khan-death-kumkum-bhagyas-indu-dadi-dies-at-54-stars-pay-tribute-to-zarina-roshan-khan
ମୁମ୍ବାଇ, ଅକ୍ଟୋବର ୧୯ (ଖବର ଓଡ଼ିଶା)

ଲୋକପ୍ରିୟ ଟିଭି ସିରିଏଲ୍ ‘କୁମ୍‌କୁମ୍ ଭାଗ୍ୟ’ର ବରିଷ୍ଠ ଅଭିନେତ୍ରୀ ‘ଇନ୍ଦୁ ଦାଦୀ’ ଓରଫ୍ ଜରିନା ରୋଶନ ଖାନଙ୍କର ୫୪ ବର୍ଷ ବୟସରେ ପରଲୋକ ହୋଇଛି। ହଠାତ୍ ହ୍‌ତ୍‌ଘାତ ଯୋଗୁଁ ତାଙ୍କର ଅଚାନକ ମୃତ୍ୟୁ ହୋଇଥିବା ଜଣାପଡ଼ୁଛି । ଜରିନାଙ୍କ ମୃତ୍ୟୁ ‘କୁମ୍‌କୁମ୍ ଭାଗ୍ୟ’ ଧାରାବାହିକପାଇଁ ଏକ ବଡ଼ କ୍ଷତି। ଏହି ଧାରାବାହିକରେ ସେ ଜେଜେମା’ ଭୂମିକାରେ ଅଭିନୟ କରି ଲୋକମାନଙ୍କ ମନକୁ ଖୁବ୍ ଭଲ ଭାବରେ ଛୁଇଁ ପାରିଥିଲେ । ଏହି ଖବର ଶୁଣିବା ପରେ ସମସ୍ତ କୋ-ଷ୍ଟାର୍ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଜରିନାଙ୍କ ସହିତ କାଟିଥିବା ସମସ୍ତ ସମୟକୁ ମନେପକାଇ ତାଙ୍କର ସହ କଳାକାରମାନେ ସୋଶାଲ ମିଡିଆରେ ଫଟୋ ଓ ଲେଖା ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। ତେବେ ଜରିନା ‘କୁମ୍‌କୁମ୍ ଭାଗ୍ୟ’ ବ୍ୟତିତ ଧାରାବାହିକ ‘ୟୈ ରିସ୍ତା କ୍ୟା କେହଲାତା’ରେ ମଧ୍ୟ କାମ କରିଛନ୍ତି। କୁମ୍‌କୁମ୍ ଭାଗ୍ୟରେ ‘ଇନ୍ଦୁ ଦାଦୀ’ ଭାବରେ ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ଏପରି ଅଚାନକ ମୃତ୍ୟୁ ଟିଭି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

  • Tags:

Subscribe

National International State Sports Entertainment