ଦେଖନ୍ତୁ ଏହି ଭିଡ଼ିଓ ଧୋକା ଖାଇଯିବ ଆଖି,ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଏହି ଯୁବତୀ
Khabar Odisha:twins-from-jamaica-suprise-viewers-with-mirror-illusion-viral-tstg
ନୂଆଦିଲ୍ଲୀ, ମେ ୦୯ (ଖବର ଓଡ଼ିଶା):

 ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଥାଏ ଯାହା ଖୁବ୍ ଭାଇରାଲ ହୋଇଥାଏ । ଏହା କିଛି ଅସାଧାରଣ ମଧ୍ୟ ଥାଏ । ତେବେ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି ଦୁଇ ଯାଆଁଳା ଭଉଣୀଙ୍କ ଭିଡ଼ିଓ ।

ଦୁଇ ଜଣ ଦେଖିବାକୁ ଗୋଟିଏ ଶରୀର ପରି ଯାହା ଏବେ ଇଂଷ୍ଟାଗ୍ରାମରେ ଚହଳ ପକାଇଛି । ଜଣଙ୍କ ନାଁ ହେଉଛି ଶାରେନା ଓ ଅନ୍ୟ ଜଣଙ୍କ ହେଉଛି କାରେନା । ନିକଟରେ ଦୁଇଜଣ କରିଥିବା ଏକ ଭିଡ଼ିଓ ଲୋକଙ୍କୁ ବେଶ ଆକୃଷ୍ଟ କରିଛି ଫଳରେ ଏହା ରାତାରାତି ଭାଇରାଲ୍ ହେବାରେ ଲାଗିଛି ।

ଦୁଇଜଣ କରିଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଗୋଟିଏ ଝିଅ ଦର୍ପଣ ଆଗରେ ଛିଡ଼ା ହୋଇ ନାଚୁଛି ହେଲେ ପ୍ରକୃତରେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ସେ ଝିଅ ଜଣେ ନୁହେଁ ବରଂ ଦୁଇ ଜଣ ।

ସାଧାରଣ ଲୋକ ଦେଖିଲେ ସହଜରେ ବିଶ୍ୱାସ କରିପାରିବ ନାହିଁ । ଖାଲି ନାଚ ନୁହେଁ ଦୁଇ ଭଉଣୀଙ୍କ ପୋଷାକ,ମେକ୍‌ଅପ୍‌,ସ୍ୱର, ଷ୍ଟାଇଲ୍ ସବୁ ସମାନ୍ ଥାଏ । ବେଳେ ବେଳେ ନିଜ ମା ମଧ୍ୟ ଦ୍ୱନ୍ଦରେ ପଡ଼ିଯାଆନ୍ତି ସେମାନେ କହିଛନ୍ତି ।

  • Tags:

Subscribe

National International State Sports Entertainment