ମୁମ୍ବାଇ: ଦୀପାବଳିରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଧମାକାଦାର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ ସିନେମା ହଲରେ ଧମାକା କରୁଛି । ମାତ୍ର ୩ ଦିନରେ ଫିଲ୍ମ ବମ୍ପର୍ ବ୍ୟବସାୟ କରିଛି । ପ୍ରଥମ ୩ ଦିନରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଆୟ କରିଛି ଏହି ଫିଲ୍ମ । ଏହି ଆୟ ଅଜୟଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛି ।
‘ସିଙ୍ଘମ୍ ଏଗେନ୍’ ମୁକ୍ତିଲାଭ କରିବାର ପ୍ରଥମ ଦିନରେ ୪୩.୭୦ କୋଟି ଟଙ୍କା ଆୟ କରିଥିଲା । ଏହା ଅଜୟଙ୍କ କ୍ୟାରିୟର ପ୍ରଥମ ଚଳଚ୍ଚିତ୍ର ଯାହା ପ୍ରଥମ ଦିନରେ ଭଲ ଆୟ କରିଛି । ସେହିପରି ୨ୟ ଦିନରେ ୪୪.୫୦ କୋଟି ଏବଂ ତୃତୀୟ ଦିନରେ ୩୭-୩୮ କୋଟି ଆୟ କରିଛି ।
ତେବେ ଆରମ୍ଭ ଦୁଇ ଦିନ ଠାରୁ ତୃତୀୟ ଦିନର କଲେକସନ୍ କମ୍ ରହିଛି । କିନ୍ତୁ ମୋଟା ମୋଟିଭାବେ ଦେଖିବାକୁ ଗଲେ ୩ ଦିନରେ ଫିଲ୍ମଟି ଭଲ ବ୍ୟବସାୟ କରିଛି ।
ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ରେ ବଲିଉଡ୍ ଦୁନିଆର ନାମୀଦାମୀ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଛି । ଏଥିରେ ଦୀପିକା ପାଦୁକୋନ, କରୀନା କପୁର, ଅକ୍ଷୟ କୁମାର, ଅର୍ଜୁନ କାପୁର, ଟାଇଗର ଶ୍ରଫ୍, ରଣବୀର ସିଂ ଓ ଜ୍ୟାକି ଶ୍ରଫ୍ ପ୍ରମୁଖ ଭୂମିକାରେ ରହିଛନ୍ତି । ସେହିପରି ଚୁଲବୁଲ ପାଣ୍ଡେ ସଲମାନ ଖାନଙ୍କୁ ମଧ୍ୟ ନଜର ଆସିଛନ୍ତି ।