ମୁମ୍ବାଇ,ଜୁନ ୧୫(ଖବର ଓଡିଶା):
ଡ୍ରଗ୍ସ ମାମଲାରେ ଗତ ଜୁନ୍ ୧୨ ରେ ବାଙ୍ଗାଲୋରରେ ଅଭିନେତା ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଶକ୍ତି କପୁରଙ୍କ ପୁଅ ଡ୍ରଗ୍ସ ନେଉଥିବାର ସୂଚନା ମିଳିଥିଲା। ଏହି ମାମଲାରେ ସିଦ୍ଧାନ୍ତଙ୍କ ସହ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା।
ହେଲେ ଏବେ ୫ ଜଣଙ୍କୁ ଜାମିନ ମିଳିଛି। ଜାମିନ ପାଇବା ପରେ ସିଦ୍ଧାନ୍ତ କପୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ପୋଷ୍ଟ କରିଛନ୍ତି। ଆଉ ସେହି ପୋଷ୍ଟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେବାକୁ ପଡୁଛି। ଏହି ପୋଷ୍ଟରେ ସିଦ୍ଧାନ୍ତ ଜଣେ ମହିଳା ବନ୍ଧୁଙ୍କ ସହ ବିମାନରେ ନଜର ଆସିଛନ୍ତି । ଦୁହେଁ ମାସ୍କ ପିନ୍ଧି ଥିବାର ଦେଖିବାକୁ ମିଳିଛି ।
ସିଦ୍ଧାନ୍ତଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି । ଜଣେ କହିଛନ୍ତି, ‘ସମଗ୍ର ଇଣ୍ଡଷ୍ଟ୍ରି ଡ୍ରଗ୍ସ ନେଉଛି। ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତ କପୁରଙ୍କ ନାମ ଆସିବା ଦିନଠାରୁ ବଲିଉଡ କଳାକାରମାନେ ଅନେକ ଲୋକଙ୍କ ଟାର୍ଗେଟରେ ଆସିଛନ୍ତି।