ବଲିଉଡରେ ମାତିଛି କରୋନା, କ୍ୟାଟ୍ରିନାଙ୍କ ପରେ ଶାହାରୁଖ ଖାନ କୋଭିଡ୍ ପଜିଟିଭ୍ ଚିହ୍ନଟ ମୁମ୍ବାଇ,ଜୁନ ୫(ଖବର ଓଡିଶା): Share story: ବଲିଉଡରେ ମାତିଛି କରୋନା। ଶନିବାର କାର୍ତ୍ତିକ ଆରିୟନ ଓ ଆଦିତ୍ୟ ରୟ କପୁର କୋଭିଡ୍ ପଜିଟିଭ ହୋଇଥିବା ବେଳେ ଆଜି ରବିବାର ଶାହରୁଖ ଖାନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାସହିତ କ୍ୟାଟ୍ରିନା କୈଫ୍ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ସେପଟେ ଶାହରୁଖ ଖାନ ବର୍ତ୍ତମାନ ତାଙ୍କ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ତାଙ୍କ ଫିଲ୍ମ ‘ଜବାନ’ର ପୋଷ୍ଟର ରିଲିଜ୍ କରିଥିଲେ। ରବିବାର ସେ କୋଭିଡ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ତେବେ ଶାହାରୁଖ ଖାନ୍ଙ୍କ ପକ୍ଷରୁ କିନ୍ତୁ କୋଭିଡ୍ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ମହାରାଷ୍ଟ୍ରରେ ମାସ୍କ ବାଧ୍ୟତାମୁଳକ କରାଯାଇଥିବା ବେଳେ ବିଏମ୍ସି ମଧ୍ୟ ଲୋକଙ୍କୁ ସଚେତନ କରିଛି। ପଶର ୱେଷ୍ଟ ବୋର୍ଡରେ ଥିବା ଫିଲ୍ମ ଷ୍ଟୁଡିଓରେ ପାର୍ଟି ନ କରିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି। ଖବର ଓଡ଼ିଶା, Reporter, 05/06/2022