ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଭାରତୀୟ ରାଜସ୍ୱ ସେବା ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ବିରୁଦ୍ଧରେ ୱାଙ୍ଖେଡ଼ ରୁଜୁ କରିଥିବା ମାନହାନି ମାମଲା ବିଚାରଯୋଗ୍ୟ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ବିଚାରପତି ପୁରୁଷେନ୍ଦ୍ର କୁମାର କୌର ହାଇକୋର୍ଟ ସମୀର ୱାଙ୍ଖଡ଼େଙ୍କ ମାନିହାନି ମାମଲାକୁ ଖାରଜ କରିଛନ୍ତି । କୋର୍ଟ ଆବେଦନ ଉପରେ ବିଚାର କରିବାର କାରଣ ମଧ୍ୟ ପ୍ରଶ୍ନ କରିଛନ୍ତି । ମାମଲାଟି ମୁମ୍ବାଇର ହୋଇଥିବାବେଳେ କାହିଁକି ଦିଲ୍ଲୀରେ ଶୁଣାଣି କରାଯିବା ଉଚିତ ବୋଲି ପଚାରିଛନ୍ତି । ବିଚାରପତି କୌର ଆବେଦନକାରୀ ସମୀର ୱାଙ୍ଖଡେଙ୍କୁ ପଚାରିଛନ୍ତି ଯେ କେଉଁ ଆଧାରରେ ମାମଲାକୁ ଦିଲ୍ଲୀରେ ଶୁଣାଣି କରାଯିବ । ଏହା ଦିଲ୍ଲୀରେ ଘଟିଛି ବୋଲି କୋର୍ଟ ପଚାରିଛନ୍ତି ।
ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ "ଦି ବ୍ୟାଡ୍ସ ଅଫ୍ ବଲିଉଡ" ୱେବ୍ ସିରିଜ୍ ରେ ସମୀର ୱାଙ୍ଖଡେଙ୍କ ପରି ଦେଖାଯାଉଥିବା ଅବିକଳ ଚରିତ୍ରକୁ ନିଆଯାଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ମୁମ୍ବାଇର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଶାହରୁଖ ଖାନ, ଗୌରୀ ଖାନ ଏବଂ ନେଟଫ୍ଲିକ୍ସଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।
୨ ଅକ୍ଟୋବର, ୨୦୨୨, ଏକ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ଅନ୍ୟ କେତେ ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ମୁମ୍ବାଇ ଜୋନାଲ୍ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ୨ ଏକ କ୍ରୁଜ୍ ରେଭ୍ ପାର୍ଟିରେ ଗିରଫ କରିଥିଲେ । ଏହା ହାଇ-ପ୍ରୋଫାଇଲ୍ ମାମଲା ହୋଇଥିବାରୁ ସାରା ଦେଶରେ ଖବର ଶିରୋନାମା ପାଲଟିଥିଲା । ସମୀର ୱାଙ୍ଖେଡେ ଶାହରୁଖ ଖାନ ଏବଂ ତାଙ୍କ ପରିବାର ସହିତ ବିବାଦରେ ଜଡିତ ଅଛନ୍ତି।