ନିକଟରେ ଶେଷ ହୋଇଛି ଟେଲିଭିଜନର ମୋଷ୍ଟ ପପୁଲାର ରିଆଲିଟି ଶୋ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ଚାପ୍ଟର ୩’ । ଶେଷ ଏପିଶୋଡ଼ ସହ ଘୋଷଣା କରାଯାଇଛି ଏହାର ବିଜେତାଙ୍କ ନାମ । ଶନିବାର ରାତିରେ ଏହାର ଶେଷ ଏପିଶୋଡ଼ ପ୍ରସାରିତ କରାଯାଇଥିଲା । ଫାଇନାଲରେ ନୃତ୍ୟଶିଳ୍ପୀ ସମର୍ପଣ ଲାମା ବିଜେତା ର ଟ୍ରଫି କୁ ନିଜ ନାମରେ କରିଛନ୍ତି । ଖାଲି ସେତିକି ନୁହେଁ ଟ୍ରଫି ସହ ତାଙ୍କୁ ୧୫ ଲକ୍ଷର ପୁରସ୍କାର ରାଶି ମଧ୍ୟ ମିଳିଛି। ଶୋ’ ବିଜେତା ହେବା ପରେ ସମର୍ପଣ ବେଶ ଭାବବିହୁଳ ହୋଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ପରିଶ୍ରମ ଏବଂ କଳା ର ବଳରେ ସେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇ ପାରିଛନ୍ତି ।
ସମର୍ପଣ ଏବେ ମୁମ୍ବାଇ ରେ ରହୁଛନ୍ତି ଏବଂ ସବୁବେଳେ ଡାନ୍ସ ରିଆଲିଟି ଶୋ ରେରେ ଭାଗ ନେବାକୁ ଚାହୁଁ ଥିଲେ । ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ଏବେ ସେ ନିଜର ନୃତ୍ୟକୁ ଅନ୍ତର୍ଜାତୀୟସ୍ତରକୁ ନେବାକୁ ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି ।