ବଲାଙ୍ଗୀର: ମାଓ ଅଧ୍ୟୁଷିତ ଜିଲ୍ଲାରେ ଫିଲ୍ମ ସୁଟିଂ କରିବାକୁ ନେଇ ଓଡ଼ିଆ କଳାକାରଙ୍କୁ ସତର୍କ କରାଯାଇଛି । ମାଓବାଦୀମାନେ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରାଯିବା ନେଇ ଆଶଙ୍କା କରିଛି ରାଜ୍ୟ ପୁଲିସ ଗୁଇନ୍ଦା ବିଭାଗ । ସେହି ସ୍ଥାନରେ ସୁଟିଂ ନ କରିବାକୁ ଗୁଇନ୍ଦା ବିଭାଗ ସତର୍କ କରାଇ ଦେଇଛି ।
ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି । ନାମୀ ଦାମୀ କଳାକର ଏବଂ ନିର୍ଦ୍ଦେଶକ ସେଠାରେ ସୁଟିଂ ଜାରି ରଖିଛନ୍ତି । ମାତ୍ର ଖୁରିପାଣି ଏବଂ ସାମୁଡ଼ ଗାଁ ଏକ ମାଓ ଅଧ୍ୟୁଷିତ ଅଞ୍ଚଳ ଅଟେ । ସେଠାରେ ମାଓବାଦୀମାନେ ବେଶ ସକ୍ରିୟ ରହିଥାଆନ୍ତି । ତେଣୁ ଉକ୍ତ ସ୍ଥାନରେ ସୁଟିଂ ନ କରିବାକୁ ଗୁଇନ୍ଦା ବିଭାଗ ସତର୍କ କରାଇଛି । ଅଭିନେତାଙ୍କୁ ମାଓବାଦୀମାନେ ଟାର୍ଗେଟ୍ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଏଭଳି ସମ୍ବେଦନଶୀଳ ଅଞ୍ଚଳରେ ସୁଟିଂ କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବା କଥା । ମାତ୍ର ଉକ୍ତ ଟିମ ସୁଟିଂ ପାଇଁ ଅନୁମତି ନେଇ ନ ଥିବାବେଳେ ଗତ ଦୁଇ ଦିନ ତଳେ ଅନୁମତି ପାଇଁ ଆବେଦନ କରିଛନ୍ତି । ମାତ୍ର ଉକ୍ତ ଦୁଇଟି ଗାଁ ଖୁରିପାଣି ଏବଂ ସାମୁଡ଼ରେ ସୁଟିଂ କରିବାକୁ ପୁଲିସ ଅନୁମତି ପ୍ରଦାନ କରି ନ ଥିବା ଜଣାପଡ଼ିଛି ।